ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର; ପୋଲିସ ର ତଦନ୍ତ ଆରମ୍ଭ,,

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର; ପୋଲିସ ର ତଦନ୍ତ ଆରମ୍ଭ ସୋର ବ୍ଲକ ମହୁମୁହାଣ ପଂଚାୟତ ଖଞ୍ଜାମାହାଲ ସିଂହସାହି ଗାଁରେ ଘଟିଛି ଅଭାବନୀୟ ଘଟଣା। ଘର ଭିତରୁ ମିଳିଛି ଜଣେ ୨୭ ବର୍ଷିୟ ଯୁବକର ମୃତଦେହ। ମୃତ ଯୁବକ ଜଣକ ହେଲେ ମହୁମୁହାଣ ପଞ୍ଚାୟତ କାଳନ୍ଦୀପାଟଣା ଗ୍ରାମର ବଳରାମ ସେଠୀଙ୍କ ପୁଅ ଅନନ୍ତ ସେଠୀ (ଚିକୁ) ବୟସ ୨୭। ପରିବାର ଲୋକଙ୍କ କହିବାନୁସାରେ ଅନନ୍ତ ଆଙ୍ଗୁଳାର ପିଣ୍ଟୁ ରାୟଙ୍କ ଝିଅ ଉର୍ମିଳା ରାୟଙ୍କୁ ବିବାହ କରିଥିଲେ। ଅନେକ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳି ଝଗଡା ଲାଗି ରହୁଥିଲା । କିଛି ଦିନ ତଳେ ଅନନ୍ତଙ୍କ ସ୍ତ୍ରୀ ଓ ତାଙ୍କ ଶଳା କୌଣସି କଥାକୁ ନେଇ ଉଭୟ ମିଶି ଅନନ୍ତଙ୍କୁ ମାରପିଟ କରିଥିଲେ। ଗତ ଶୁକ୍ରବାର ଅନନ୍ତ ଘରୁ ବଜାରକୁ ଆସୁଛି କହି ଆଉ ଫେରି ନ ଥିଲେ। ଆଜି ସକାଳେ ପରିବାର ଲୋଳ ଖବର ପାଇ ଖଞ୍ଜାମାହାଲର ପୂର୍ଣ୍ଣ ସିଂଙ୍କ ଘରେ କବାଟରେ ତାଲା ପଡ଼ିଥିବା ବେଳେ କବାଟ ଫାଙ୍କରେ ପୁଅ ଅନନ୍ତ ଭିତରେ ମୃତ ଅବସ୍ଥାରେ ଝୁଲୁଥିବା ସହ ଗୋଡ଼ରୁ ରକ୍ତ ବାହାରୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ପୁଅ ଅନନ୍ତକୁ ଶଶୁର ଘର ଲୋକେ ପିଟିପିଟି ମାରିଦେଇ ଝୁଲାଇ ଦେଇଛନ୍ତି ବୋଲି ଅନନ୍ତଙ୍କ ବାପା, ଭଉଣୀଙ୍କ ସହ ପରିବାର ଲୋକେ କ୍ୟାମେରା ଆଗରେ ଅଭିଯୋଗ କରିଛନ୍ତି। ସୋର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ଅଧିକ ତଦନ୍ତ ପାଇଁ ବାଲେଶ୍ୱରରୁ ସାଇଣ୍ଟଫିକ ଟିମ ତଦନ୍ତ କରି ଫେରି ଯାଇଛନ୍ତି।ପୋଲିସ ୫୧/୨୬ ମୂଳେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରହିଛି ବୋଲି ସୋର ଭାରପ୍ରାପ୍ତ ଥାନାଧିକାରୀ ଦେବରାଜ ଜେନା ପ୍ରକାଶ କରିଛନ୍ତି। ବାଲେଶ୍ଵର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ

Jul 19, 2026 - 21:20
 0  5
ଝୁଲନ୍ତା ଅବସ୍ଥାରେ ଯୁବକଙ୍କ  ମୃତଦେହ ଉଦ୍ଧାର;  ପୋଲିସ ର ତଦନ୍ତ ଆରମ୍ଭ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0