ତହସିଲଦାର ଓ ଅତିରିକ୍ତ ତହସିଲଦାର ଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ତହସିଲଦାର ଓ ଅତିରିକ୍ତ ତହସିଲଦାର ଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ବେଆଇନ ବାଲି ଗାଡ଼ିର କାଗଜପତ୍ର ଯାଞ୍ଚ ସମୟରେ ସୋର ତହସିଲଦାର ଓ ଅତିରିକ୍ତ ତହସିଲଦାର ଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଆଜି ଅପରାହ୍ଣରେ ସୋର ତହସିଲଦାର ଚିନ୍ମୟ ରାଉତ ଓ ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂହ ଅନନ୍ତପୁରରୁ ସୋର ଅଭିମୁଖେ ଫେରୁଥିବା ବେଳେ ଅଇଁରୀ ଛକ ନିକଟରେ OD 22AC 3662. ନମ୍ବର ବିଶିଷ୍ଟ ଏକ ବେଆଇନ ବାଲି ବୋଝେଇ ଗାଡିର କାଗଜପତ୍ର ଯାଞ୍ଚ କରିଥିଲା ବେଳେ କାଗଜପତ୍ର ଦେଖାଇବା ପରିବର୍ତେ ଗାଡିର ଚାଳକ ଓ ତାଙ୍କର ସହଯୋଗୀ ତହସିଲଦାରଙ୍କୁ ଆକ୍ରମଣ କରିବା ସହ ଜରୁରୀ କାଗଜପତ୍ର ଛଢାଇ ଫେରାର ହୋଇଯାଇଥିଲେ । ଏହା ପରେ ଖବର ପାଇ ଅନନ୍ତପୁର ପୁଲିସ ଘଟଣା ସ୍ଥଳରୁ ଗାଡିକୁ ଜବତ କରିବା ପରେ ମଧ୍ୟ ବାଲି ମାଫିଆ ଜୋର ଜବରଦସ୍ତ ଗାଡି ବାଲି ଅଧା ଅନଲୋଡ କରିଦେଇଥିଲେ ପରେ ତହସିଲଦାରଙ୍କ ଅଭିଯୋଗ ମୂଳେ ଏକ ମାମଲା ରୁଜୁ କରି ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅପରପକ୍ଷେ ବାଲି ମାଫିଆ ଙ୍କ ପରିବାର ପକ୍ଷରୁ ସୋର ତହସିଲଦାର ଙ୍କ ବିରୁଦ୍ଧରେ ଅନନ୍ତପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଅନନ୍ତପୁର ପୋଲିସ ତଦନ୍ତ କରି ଦୁଇଜଣ ଙ୍କୁ ଅଟକ ରଖିଛି ଏପଟେ ଖଣି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏକ ଲୋଡ଼ର ଏବଂ ମିନିଟ୍ରକ କୁ ଜବତ କରି ଅନନ୍ତପୁର ଥାନା କୁ ହସ୍ତାନ୍ତର କରିଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ

Mar 25, 2026 - 14:39
 0  21
ତହସିଲଦାର ଓ ଅତିରିକ୍ତ ତହସିଲଦାର ଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 0
Wow Wow 0