ନବମ ତମ ପ୍ରତିଷ୍ଠା ଦିବସ ଅବସର ରେ ଅଙ୍ଗଦାନ ଶିବିର ର ସଫଳ ଆୟୋଜନ,,

ନବମ ତମ ପ୍ରତିଷ୍ଠା ଦିବସ ଅବସର ରେ ଅଙ୍ଗ ଦାନ ଶିବିର ର ସଫଳ ଆୟୋଜନ। ଅମନ ହେଲ୍ଫିଂ ଫାଉଣ୍ଡେସନ ତରଫରୁ ଅଙ୍ଗଦାନର ଆହ୍ବାନ,ସମଗ୍ର ଓଡ଼ିଶା ସେବା ଅଭିଯାନ। ତା୧୬/୦୭/୨୦୨୬, ଗୁରୁବାର,ଭୁବନେଶ୍ୱର। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ପବିତ୍ର ରଥଯାତ୍ରା ଦିନ ଅମନ ହେଲ୍ପିଂ ହାଣ୍ଡ୍ସ ଫାଉଣ୍ଡେସନ ର ନବମ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ୱର ପ୍ରଶାନ୍ତି ବିହାର ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅଙ୍ଗଦାନ ଶିବିର ସଫଳତା ର ସହିତ ଆୟୋଜିତ ହୋଇ ଯାଇଛି। ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ଥିବା ଭୁବନେଶ୍ୱର ଅଞ୍ଚଳ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅମନ ହେଲ୍ପିଂ ହାଣ୍ଡ୍ସ ଫାଉଣ୍ଡେସନ ଅଙ୍ଗଦାନ ର ଆହ୍ବାନ କୁ ସଫଳ ରୁପାୟନ ପୂର୍ବକ ଅଙ୍ଗଦାନ ଶିବିର ଆୟୋଜନ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ଶିରୀଶ ଚନ୍ଦ୍ର ଦାସ ମହୋଦୟ ଏବଂ ସମ୍ମାନୀୟ ଅତିଥି ଭାବରେ ଶ୍ରୀଯୁକ୍ତ ପଦ୍ମଲୋଚନ ନାୟକ,ଶ୍ରୀଯୁକ୍ତ ମନୋରଞ୍ଜନ ଦାଶ ,ଶ୍ରୀମତୀ ଉମା ଦେବୀ ପାଢ଼ୀ,ଶ୍ରୀମତୀ ବବିତା ପରିଡ଼ା, ଶ୍ରୀଯୁକ୍ତ ସୁରେନ୍ଦ୍ର ପୋଥାଳ,ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ଗୁରୁ ଙ୍କ ସମେତ ଖଟୁ ଚରଣ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ନିଜର ବହୁ ମୂଲ୍ୟ ସମୟ ଦାନ ପୂର୍ବକ ସ୍ଵକୀୟ ବକ୍ତବ୍ୟ ରେ ଅଙ୍ଗ ଦାନ ଦ୍ଵାରା ଜଣେ ମୃତ ମଣିଷ ଆଠଟି ବହୁମୁଲ୍ୟ ଜୀବନ କୁ ବଞ୍ଚାଇ ପାରିବା ସହିତ ଏକତା ହିଁ ବଳ ର ମନ୍ତ୍ର କୁ ପାଥେୟ କରି ସମଗ୍ର ଓଡ଼ିଶା ର ସ୍ବେଛାସେବୀ ଅନୁଷ୍ଠାନ ତଥା ସାମାଜିକ କର୍ମୀ ମାନେ ଅଙ୍ଗଦାନ ଭଳି ଆହ୍ଵାନ କୁ ସଫଳ ରୂପାୟନ ପାଇଁ ନିରନ୍ତର ଏତାଦୃଶ ସେବା ଅଭିଯାନ କୁ ଜାରି ରଖିଲେ ଅନେକ ଲୋକଙ୍କର ଆଶା ଭରସା ସାଜି ମୃତ୍ୟୁ ପରେ ଜୀବନ କୁ ଉପହାର ସଦୃଶ ଭେଟି କାହା ମୁହଁରେ ହସ ଫୁଟାଇ ପାରିବା ବୋଲି କହିବା ସହିତ ଅମନ ହେଲ୍ଫିଂ ହାଣ୍ଡ୍ସ ଫାଉଣ୍ଡେସନ ର ଏତାଦୃଶ ଯୁଗୋପଯୋଗୀ ସମାଜ ମଙ୍ଗଳ କାରୀ,ଜୀବନ ରକ୍ଷାକାରୀ ପ୍ରୟାସ କୁ ଆନ୍ତରିକ ସାଧୁବାଦ ଦେବା ସହିତ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ। ଅମନ ହେଲ୍ପିଂ ହାଣ୍ଡ୍ସ ଫାଉଣ୍ଡେସନ ର ପ୍ରତିଷ୍ଠାତ୍ରୀ ତଥା ସମଗ୍ର ଓଡ଼ିଶା ସେବା ଅଭିଯାନ ର ରାଜ୍ୟ ସଂଯୋଜିକା ଅନିତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନବମତମ ପ୍ରତିଷ୍ଠା ଦିବସ ପାଳନ ହୋଇଥିବା ବେଳେ ଟ୍ରଷ୍ଟି ହିରଣ୍ମୟୀ ଦାଶ, ମଧୁସ୍ମିତା ମହାନ୍ତି,ଝିଲିଲତା ଜେନା,ମଧୁସ୍ମିତା ମଙ୍ଗରାଜ, ହରେକୃଷ୍ଣ ମହାରଣା ଏବଂ ଦୁଷ୍ମନ୍ତ ପ୍ରଧାନ ଉପସ୍ଥିତ ରହି ସହୃଦୟତାର ସହ ସହଯୋଗ ହାତ ବଢ଼ାଇ ଅଙ୍ଗଦାନ ପୂର୍ବକ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ସମସ୍ତ ଅଙ୍ଗଦାତା ମାନଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହିତ ଉପସ୍ଥିତ ସମସ୍ତ ମଞ୍ଚାସୀନ ଗୁରୁଜନ ବହୁମୂଲ୍ୟ ବକ୍ତବ୍ୟ ମାଧ୍ୟମରେ ରେ ପ୍ରେରଣା ତଥା ଉତ୍ସାହିତ କରିଥିବାରୁ ତଥା ଅନୁଷ୍ଠାନ ର ସମସ୍ତ ସହଯୋଗୀ ସଦସ୍ୟ ବୃନ୍ଦ ତଥା ଶିବ ମନ୍ଦିର ର ପୂଜକ ଭାଗବତ ନନା ଙ୍କର କାର୍ଯ୍ୟକ୍ରମ ପାଇଁ ସମର୍ପିତ ଭାବ ପାଇଁ ପ୍ରତିଷ୍ଠାତ୍ରୀ ଅନିତା ନାୟକ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ।

Jul 19, 2026 - 16:17
 0  8
ନବମ ତମ ପ୍ରତିଷ୍ଠା ଦିବସ ଅବସର ରେ ଅଙ୍ଗଦାନ ଶିବିର ର ସଫଳ ଆୟୋଜନ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0