ବଡକମର-ମୁକ୍ତାପଶି ପୂର୍ବ ରାସ୍ତାରେ ଅନିୟମିତତା ବର୍ଷେ ନହେଉଣୁ ଭାଙ୍ଗିଲାଣି ପୋଲ ପାର୍ଶ୍ବ ରାସ୍ତା।
ବଡକମର-ମୁକ୍ତାପଶି ପୂର୍ବ ରାସ୍ତାରେ ଅନିୟମିତତା ବର୍ଷେ ନହେଉଣୁ ଭାଙ୍ଗିଲାଣି ପୋଲ ପାର୍ଶ୍ବ ରାସ୍ତା। ତା୧୧/୦୮/୨୦୨୬, ମଙ୍ଗଳବାର,ପରଜଙ୍ଗ, ଢେଙ୍କାନାଳ ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଜାତୀୟ ରାଜପଥରୁ ଗ୍ରାମାଞ୍ଚଳ ମାନଙ୍କୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ହେଉ ଅବା ସଂପ୍ରସାରଣ ନିମନ୍ତେ ବହୁଳ ଅର୍ଥ ବିନିଯୋଗ ହେଉଛି। କିନ୍ତୁ ସଠିକ୍ ଭାବେ ବିଭାଗୀୟ ଯନ୍ତ୍ରୀଙ୍କ ତଦାରଖରେ ଉଦାସୀନତା କେଉଁଠି ରାସ୍ତା ତ ଆଉ କେଉଁଠି ପୋଲ ପାର୍ଶ୍ଵ ରାସ୍ତା ଫାଟି ଦବି ଯିବାର ଦେଖିବାକୁ ମିଳିଛି। ପରଜଙ୍ଗ ବ୍ଲକ ମୁକ୍ତାପଶି ଠାରୁ ବଡକମର ପୂର୍ବ ରାସ୍ତାଟି ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମୁକ୍ତାପଶି ନିକଟସ୍ଥ ରେଙ୍ଗାଳି ବାମ ପାର୍ଶ୍ଵ କେନାଲ ଉପରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବାର କିଛି ମାସ ହେବ ଗାଡି ଚଳାଚଳ ବିଭାଗୀୟ ପକ୍ଷରୁ ବିଧବଦ୍ଧ ଭାବେ ହୋଇଛି। ମାତ୍ର ଗାଡ଼ି ଚଳାଚଳରେ ପରେ ଉକ୍ତ ପୋଲର ପାର୍ଶ୍ବ ରାସ୍ତା ଫାଟି ଆଁ କରିବା ସହ ଦବି ଯିବାର ଦେଖିବାକୁ ମିଳିଛି। ଏବଂ ପାର୍ଶ୍ଵରେ ହୋଇଥିବା ପଥର ଛାଉଣୀରେ ଅନେକ ଫାଟ ଦେଖିବାକୁ ମିଳିଛି। କୈଣସି ଅଘଟଣ ଘଟିବା ଆଗରୁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ମରାମତି ପାଇଁ ଦାବୀ ହୋଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0