ବଡଯୋରା ପୋଲ ସମସ୍ୟା ରେ ପ୍ରଶାସନିକ ପଦକ୍ଷେପ।

ବଡଯୋରା ପୋଲ ସମସ୍ୟା ରେ ପ୍ରଶାସନିକ ପଦକ୍ଷେପ। ତା୨୧/୦୯/୨୦୨୬, ସୋମବାର,ହିନ୍ଦୋଳ,ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ ଏସି ୧୨ନମ୍ବର ଓ୍ବାର୍ଡ କାନଦରାଶୁଣୀ ସାହି ନିକଟସ୍ଥ ବଡଯୋରା ପୋଲ ର ସଂଯୋଗ ରାସ୍ତା ରେ ଦେଖା ଦେଇଥିବା ଫାଟ କୂ ନେଇ ଉପୁଜିଥିବା ସମସ୍ୟା ର ସମାଧାନ ପାଇଁ ନିଆଯାଇଛି ପ୍ରଶାସନିକ ପଦକ୍ଷେପ। ରାସ୍ତା ର ସୁରକ୍ଷାକୁ ନେଇ ଅଭିଯୋଗ ହେବାପରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇ ଆବଶ୍ୟକ ମରାମତି କାର୍ଯ୍ୟ ହୋଇଛି। ଵଡଯୋରା ପୋଲ ର ସଂଯୋଗ ରାସ୍ତା ଫାଟ ଦେଖା ଦେବାପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଥିଲା।ଏହି ରାସ୍ତା ଦେଇ ପ୍ରତୈକ ଦିନ ବହୁ ଯାନବାହାନ ସମେତ ଜନସାଧାରଣ ଯାତାୟାତ କରୁଥିବା ବେଳେ ଯାତାୟତ ର ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ମହଲରୁ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗ କୁ ଗୁରୁତ୍ବ ଦେଇ ସମ୍ପୃକ୍ତ ଵିଭାଗ ତରଫରୁ ସ୍ଥଳ ପରିଦର୍ଶନ ଓ ଆବଶ୍ୟକୀୟ ଯାଞ୍ଚ କରାଯାଇଥିଲା। ତ୍ୱରିତ ପଦକ୍ଷେପ ପୂର୍ବକ ମରାମତି କାର୍ଯ୍ୟ ଆରମ୍ଭ କରାଯାଇ ସମସ୍ୟା ର ଆଶୁ ସମାଧାନ କରାଯାଇଛି। ପ୍ରଶାସନିକ ତ୍ୱରିତ ପଦକ୍ଷେପ ଯୋଗୁଁ ଜନ ସାଧାରଣ ମନରେ ଆଶଙ୍କା ହ୍ରାସ ପାଇ ଥିବା ବେଳେ ହିନ୍ଦୋଳ ଗୁଡିଆ କାଟେଣୀ ମୁଖ୍ୟ ରାସ୍ତା ଟି ଢେଙ୍କାନାଳ, ଅନୁଗୋଳ,କଟକ, ବଡମ୍ବା,ଆଠଗଡ଼,ଭୁବନେଶ୍ୱର ଭଳି ମୁଖ୍ୟ ସ୍ଥାନ ମାନଙ୍କୁ ସଂଯୋଗ କରୁଥିବାରୁ ଏହି ରାସ୍ତା ମାତ୍ରାଧିକ ଗୁରୁତ୍ଵ ବହନ କରୁଥିବାରୁ ପ୍ରଶାସନିକ ପଦକ୍ଷେପ ପାଇଁ ଅଞ୍ଚଳ ବାସୀ ସ୍ଵାଗତ କରିଛନ୍ତି।

Sep 22, 2026 - 14:18
 0  30
ବଡଯୋରା ପୋଲ ସମସ୍ୟା ରେ ପ୍ରଶାସନିକ ପଦକ୍ଷେପ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0