ବନ୍ଦହେଲା ପିଇଓ ସଙ୍ଘ ର ଗଣ ଧାରଣା,,

ବନ୍ଦହେଲା ପିଇଓ ସଙ୍ଘ ର ଗଣଧାରଣା କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,, କାମାକ୍ଷାନଗର ବ୍ଲକ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ନେଇ ପିଇଓ ଙ୍କୁ ନିସ୍ତୁକ ମାଡ଼ ଘଟଣା l ଘଟଣା ର ଦୁଇଦିନ ପରେ ସ୍ଥାନୀୟ ପ୍ରଶାସନ ଓ ବିଧାୟକ ଙ୍କ ହସ୍ତକ୍ଷେପ ଫଳରେ ବନ୍ଦ ହେଲା ପିଇଓ ସଙ୍ଘ ର ଗଣଧାରଣା l ଗତ ୨୭ ତାରିଖ ରେ ବାଉଁଶପାଳ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେ କରୁଥିବା କାଦୁଆ ପଞ୍ଚାୟତ ର ପିଇଓ ପ୍ରଜ୍ୟୋଜ୍ୟୋତି ବିଶ୍ୱାଳ ଙ୍କୁ ବ୍ଲକ ପରିସରରେ କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ l ଯାହାକୁ ନେଇ ଗତକାଲି ଠାରୁ କାମାକ୍ଷାନଗର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ପିଇଓ ଗଣଧାରଣା ଦେଇଥିଲେ l ଫଳରେ ଦୁଇଦିନ ଧରି ବିଭିନ୍ନ ପଞ୍ଚାୟତ ରେ ସରକାରୀ କାର୍ଯ୍ୟ ବନ୍ଦ ରହିଥିଲା l ଏ ନେଇ ଆଜି କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା,ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି,ବିଡ଼ିଓ ପ୍ରଭୁ କଲ୍ୟାଣ ଦାସ,ପିଇଓ ସଙ୍ଘ ସଭାପତି ମାଧବଚନ୍ଦ୍ର ପ୍ରଧାନ ଓ ଅନ୍ୟ ପିଇଓ ପ୍ରମୁଖ ଏକ ବୈଠକ କରି ଏହି ଘଟଣା ର ସମାଧାନ କରିଛନ୍ତି l ଫଳରେ ପିଇଓ ସଙ୍ଘ ର ଗଣଧାରଣା ବନ୍ଦ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ପିଇଓ ମାନେ ସରକାରୀ କାର୍ଯ୍ୟ ରେ ଯୋଗ ଦେବାପାଇଁ ସମ୍ମତି ପ୍ରକାଶ କରିଛନ୍ତି l

Jul 31, 2026 - 07:19
 0  12
ବନ୍ଦହେଲା ପିଇଓ ସଙ୍ଘ ର ଗଣ ଧାରଣା,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0