ବାଲେଶ୍ୱର ଜିଲ୍ଲା ସୋର ଉତ୍ତରେଶ୍ଵର ଠାରେ ଗତକାଲି ରାତିରେ ପ୍ରାୟ ୫ରୁ ଉର୍ଦ୍ଧ ଦୋକାନରୁ ଚୋରି ହୋଇଯାଇଛି।
ବାଲେଶ୍ୱର ଜିଲ୍ଲା ସୋର ଉତ୍ତରେଶ୍ଵର ଠାରେ ଗତକାଲି ରାତିରେ ପ୍ରାୟ ୫ରୁ ଉର୍ଦ୍ଧ ଦୋକାନରୁ ଚୋରି ହୋଇଯାଇଛି। ସୂଚନାଯୋଗ୍ୟ 'ଦ ମୋବାଇଲ ୱାଲଡ' ନାମକ ମୋବାଇଲ ସୋରୁମର ସଟର ତାଡି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ସହ ମୋବାଇଲ୍ ସାମଗ୍ରୀ ଚୋରି ହୋଇଛି। ସେହିପରି ରବୀନ୍ଦ୍ର ସାହୁଙ୍କ ଭେରାଇଟ ଷ୍ଟୋର, ବିଜୟ ସାହୁ ଙ୍କ ଫଳ ଦୋକାନ ରୁ ବିଭିନ୍ନ ସାମଗ୍ରୀ ସହ ଫଳ ସାମଗ୍ରୀ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ନିକଟରେ ଥିବା 'ସୋନା ମୋବାଇଲ' ଦୋକାନରୁ ଚୋର ମାନେ ସଟର ତାଡି ଚୋରି କରିଥିବାର ବିଫଳ ହୋଇଥିଲେ। ଏ ନେଇ 'ଦ ମୋବାଇଲ ୱାର୍ଲଡ'ର ମାଲିକ ସରୋଜ ଭୂୟାଁଙ୍କ ସହ ରବୀନ୍ଦ୍ର ସାହୁ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରି ଯାଇଛି ବାରମ୍ବାର ସୋରରେ କିଛି ମାସ ଚୋରଙ୍କ ପ୍ରାଦୁର୍ଭାବ ବଢ଼ିଥିବା ବେଳେ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ସ୍ଥାନୀୟ ଲୋକେ ବିଳମ୍ବିତ ରାତିରେ ପୋଲିସ୍ ପେଟ୍ରୋଲିଂ ସହ ଚୋରକୁ ଧରିବା ପାଇଁ ଦାବି କରୁଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0