ବିଜେଡି ନେତାଙ୍କ କଳା କାରନାମା: ଚାକିରି ନାଁରେ ଚାଲିଥିବା ‘ଟଙ୍କାର ଖେଳ’!
ବିଜେଡି ନେତାଙ୍କ କଳା କାରନାମା: ଚାକିରି ନାଁରେ ଚାଲିଥିବା ‘ଟଙ୍କାର ଖେଳ’! ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅଧୀନ କୁଆଁରପୁର ଗ୍ରାମରୁ ଆସିଛି ଏକ ସଙ୍ଗୀନ ଅଭିଯୋଗ। ଦୀର୍ଘଦିନ ଧରି ବିଜେଡି ସହ ଜଡିତ ଥିବା ପିଏ ସ୍ ମେମ୍ବର ମୁକ୍ତିକାନ୍ତ ପାଣିଗ୍ରହୀଙ୍କ ବିରୋଧରେ ଏବେ ଗୁରୁତର ଅଭିଯୋଗ ଉଠିଛି। ଅଭିଯୋଗ ଅନୁସାରେ, ଏମ ବି କେ। ଚାକିରି କରାଇଦେବା ନାଁରେ ଜୈନିକ ବ୍ୟକ୍ତିଙ୍କ ଠାରୁ ପଚାଶ ହଜାର ଟଙ୍କା ନେଇଥିଲେ। କୁହାଯାଉଛି ଯେ, ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଗ୍ରହଣ କରିବା ପରେ ମଧ୍ୟ କୌଣସି ଚାକିରି ମିଳୁନଥିଲା। ଏହା ସହିତ, ଟଙ୍କା ଫେରସ୍ତ ଚାହିଁଲେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବର୍ଷ ବର୍ଷ ଧରି ଏହି ପ୍ରକାର କାରବାର ଚାଲିଥିଲା। ନିଜ ପ୍ରଭାବ ଓ ପଦବୀକୁ ବ୍ୟବହାର କରି ସେ “ପକେଟ୍ ଗରମ” କରୁଥିବା ନେଇ ଅଭିଯୋଗ ହେଉଛି। ଚାକିରିର ଆଶା ଦେଖାଇ ଅନେକ ନିର୍ଦ୍ଦୋଷ ଯୁବକ-ଯୁବତୀଙ୍କୁ ଠକାଯାଇଥିବା ଦାବି ହେଉଛି। ସିମୁଳିଆ ରୁ ସମିର ସାହୁଙ୍କ ରିପୋର୍ଟ ଓମ୍ ମିଡିଆ
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0