ମଣ୍ଡଳ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ।

ମଣ୍ଡଳ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ। ବିଂଝାରପୁର ୩୧/୧୦ (ଓମ ମିଡ଼ିଆ :ଉତ୍ତମ କୁମାର ଦାଶ ) ବିଂଝାରପୁର ବ୍ଲକ ଅନ୍ତର୍ଗତ ତଳବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥି ନିମନ୍ତେ ମଣ୍ଡଳ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏକ ଉଦ୍ଘାଟନୀ ସଭାରେ ଉଦଘାଟିକା ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସମାଜସେବୀ ଶିଶିର କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନାଦି ଚରଣ ସାମଲ, ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ କୁନା ବେହେରା,ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରତିକାନ୍ତ ସାମଲ,ନାରାୟଣ ଚନ୍ଦ୍ର ଦାସ, ସମିତି ସଭ୍ୟ ସଞ୍ଜୟ କୁମାର ମଲିକ, ପଦ୍ମାକର ଗୁରୁ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ଏବଂ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥଲା। ପ୍ରଥମ ସୋପାନରେ ଉଦ୍ଘାଟନୀ ସଭା କାର୍ଯ୍ୟ ଅନୁଷ୍ଠିତ ହେବା ପରେ ସମସ୍ତ ଆଂଚଳିକ କେନ୍ଦ୍ର ସ୍ତରରେ ବିଭିନ୍ନ ବିଭାଗରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଜିଲ୍ଲାସ୍ତରକୁ ଉନ୍ନୀତ ହେବା ପାଇଁ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ମଧ୍ୟାହ୍ନ ଭୋଜନ ପରେ ସଙ୍ଗୀତ ପ୍ରତିଯୋଗିତା ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଶିକ୍ଷଣୀୟ ନାଟକ ପରିବେଷଣ କରାଯାଇଥିଲା।ବିଚାରକ ଭାବେ ଗୌରାଙ୍ଗ ଚନ୍ଦ୍ର ସ୍ୱାଇଁ, ସୋନାଲି ମଲିକ, ନରେଶ ଚନ୍ଦ୍ର ପୃଷ୍ଟି,,ଅଭୟ ଚରଣ ଖୁଣ୍ଟିଆ, ରବି ନାରାୟଣ ସାମଲ, ଦିନବନ୍ଧୁ ସାହୁ, ସ୍ବସ୍ତି ସୁନ୍ଦର ଜେନା ଯୋଗଦାନ କରିଥିଲେ।ଏହି ଉତ୍ସବରେ ୧୪ ଟି କ୍ଲଷ୍ଟର ୮୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୧୦୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ। ଏହି ଉତ୍ସବରେ ବିଚାରକ ମାନଙ୍କ ସମେତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ମାନଙ୍କୁ ସମ୍ବବୋର୍ଦିତ କରାଯାଇଥିଲା। ର୍ଏଥି ସହିତ ଜିଲ୍ଲା ସ୍ତର ପାଇଁ ଉତ୍ତୀର୍ଣ୍ଣ ହୋଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ, ସମସ୍ତ ସଂଘର କର୍ମକର୍ତ୍ତା,ଏବଂ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ, ସହଯୋଗ କରିଥିଲେ।

Nov 2, 2026 - 10:26
 0  6
ମଣ୍ଡଳ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0