ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ,,

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ -- ଯାଜପୁରରେ ପର୍ଯ୍ୟଟନ ଶିଳ୍ପ ଏବଂ ଐତିହ୍ୟର ବିକାଶ ଦିଗରେ ସରକାର ପ୍ରୟାସ କରୁଛନ୍ତି: ମନ୍ତ୍ରୀ -- ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ ଯାଜପୁର, ୧୭/୦୬/୨୬: ଯାଜପୁର ଜିଲ୍ଲାର ସମୃଦ୍ଧ ଐତିହ୍ୟକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଯାଜପୁରରେ ପର୍ଯ୍ୟଟନ ଶିଳ୍ପର ପ୍ରଚୁର ସମ୍ଭାବନା ଅଛି। ଜିଲ୍ଲାରେ ଥିବା ବୌଦ୍ଧ ଐତିହ୍ୟକୁ ୟୁନେସ୍କୋ ବିଶ୍ୱ ହେରିଟେଜ ସ୍ଥଳ ମାନ୍ୟତାରେ ସାମିଲ କରିବା ଦିଗରେ ସରକାର ପ୍ରୟାସ କରିଛନ୍ତି ବୋଲି ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯାଜପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ "ବିକାଶର ଧାରା, ଓଡ଼ିଶା ସାରା" ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବଡ଼ଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଗତ ଦୁଇ ବର୍ଷରେ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା, ସଫଳତା ସମ୍ବନ୍ଧରେ ମନ୍ତ୍ରୀ ଶ୍ରୀ ସୁରଜ ବିସ୍ତୃତ ଭାବେ ବିବରଣୀ ପ୍ରଦାନ କରିଥିଲେ। ଏହାସହ ଅର୍ଥନୈତିକ ଅଭିବୃଦ୍ଧି, ଶିକ୍ଷା, ସ୍ୱାସ୍ଥ୍ୟ, ଐତିହ୍ୟ, ଭିତ୍ତିଭୂମି ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ ଉଭୟ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟ ଏବଂ ପ୍ରକଳ୍ପ ସମ୍ବନ୍ଧରେ ସେ ସମ୍ୟକ ସୂଚନା ଉପସ୍ଥାପନ କରିଥିଲେ। ପୂର୍ବାପେକ୍ଷା ଓଡ଼ିଶାର ଜିଏସଡିପି ହାର ଏବଂ ମୁଣ୍ଡପିଛା ଆୟରେ ଅଭିବୃଦ୍ଧି ଘଟିଛି, ଯାହା ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି। ଶିଳ୍ପ, ଉନ୍ନତ ଭିତ୍ତିଭୂମି ସହ ଐତିହ୍ୟକୁ ମଧ୍ୟ ବିକଶିତ କରିବାର ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ କହିଥିଲେ। ସାଇନ୍ସ ଏକାଡେମୀ ପ୍ରକଳ୍ପରେ ଆଉ ମାତ୍ର ୧୦ ପ୍ରତିଶତ କାମ ବାକି ଅଛି। ଏହି କାମ ଶୀଘ୍ର ଶେଷ ହେବା ସହ ଆଗକୁ ଯାଜପୁର ଜିଲ୍ଲାରେ କଳାଗ୍ରାମର ଗୁରୁତ୍ବ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହାସହ ଜିଲ୍ଲାର ସାମଗ୍ରିକ ବିକାଶକୁ ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପ୍ରକାଶିତ ମାସିକ ପତ୍ରିକା "ପ୍ରଗତି ପ୍ରବାହ" ଏବଂ ସରକାରଙ୍କ ଯୋଜନା ସମ୍ବଳିତ ସୂଚନା ପତ୍ର ବଣ୍ଟନ କରାଯାଇଥିଲା। “ବିକାଶର ଧାରା, ଓଡ଼ିଶାର ସାରା” ସଙ୍କଳ୍ପକୁ ସାକାର କରି ୨୦୩୬ ସୁଦ୍ଧା ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଏବଂ ଯାଜପୁର ଜିଲ୍ଲାର ସାମଗ୍ରିକ ବିକାଶ ପ୍ରତିବଦ୍ଧତାକୁ ଏହି ଅବସରରେ ଉପସ୍ଥାପନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ସମ୍ମିଳନୀରେ ଜିଲ୍ଲାର ବିଭାଗୀୟ ଅଧିକାରୀ, ସମାଜ ସେବୀ ଦେବଯାନୀ ପ୍ରଧାନ, ସମାଜସେବୀ ଗୌତମ ରାୟ, ସମାଜସେବୀ ବବିତା ମଲ୍ଲିକ, ଉମେଶ ଜେନା ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲାପାଳ ଅମ୍ବର କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ ଓମ ମିଡ଼ିଆ,,

Jun 17, 2026 - 19:57
 0  9
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0