ମହାପାତ୍ର ହେଲଥ୍ କେୟାର ଏବଂ ନର୍ସିଂ ହୋମ ସିଲ୍,,

ମହାପାତ୍ର ହେଲଥ୍ କେୟାର ଏବଂ ନର୍ସିଂ ହୋମ ସିଲ୍ ସୋର ଉତ୍ତରେଶ୍ଵର ରେ ଥିବା ମହାପାତ୍ର ହେଲ୍‌ଥ କେୟାର ଓ ନର୍ସିଂ ହୋମ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ସିଲ କରାଯିବା ସହିତ ନର୍ସିଂ ହୋମର ମାଲିକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଦିର୍ଘଦିନ ଧରି ଏହି ନର୍ସିଂହୋମରେ ଭୃଣହତ୍ୟା ଓ ଲିଙ୍ଗନିରୂପଣ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ମୂଳେ ବାଲେଶ୍ୱର ଜିଲ୍ଲାପାଳ ସୁର୍ଯ୍ୟବଂଶୀ ମୟୁର ବିକାଶ, ଉପ ଜିଲ୍ଲାପାଳ ଶିବ ମାଲବ୍ୟ, ସୋର ତହସିଲଦାର କୃଷ୍ଣ ମୋହନ ସିଂ, ବାହାନଗା ତହସିଲଦାର ଓ ସୋର ପୁଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଏହି ସମୟରେ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ ହେବା ସହିତ, କାଗଜପତ୍ର ଓ କର୍ମଚାରମାନଙ୍କ ଶିକ୍ଷାଗତ ଯୋଗ୍ୟତା ବାବଦରେ ଯାଞ୍ଚ କରାଯାଇଥିଲା। ପରେ ବିଭିନ୍ନ ମେସିନ ସମେତ ମହାପାତ୍ର ହେଲଥ କେୟାର ଓ ମହାପାତ୍ର ନର୍ସିଂ ହୋମକୁ ସିଲ କରାଯାଇଥିବା ଜଣାପଡିଛି। ବାଲେଶ୍ଵର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ

Jul 9, 2026 - 21:30
 0  8
ମହାପାତ୍ର ହେଲଥ୍ କେୟାର ଏବଂ ନର୍ସିଂ ହୋମ ସିଲ୍,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0