ଲକ୍ଷାଧିକ ଟଙ୍କାର ସୁନା ଓ ଟଙ୍କା ଲୁଟ,

ଲକ୍ଷାଧିକ ଟଙ୍କାର ସୁନା ଓ ଟଙ୍କା ଲୁଟ, କାମାକ୍ଷାନଗର କଲେଜ ନିକଟରେ ଥିବା ଏକ ଘର ଭାଙ୍ଗି ଲୁଟ୍‌ । ଘରେ କେହି ନଥିବାର ସୁଯୋଗ ନେଇ କବାଟ ଭାଙ୍ଗି ଆଲମିରା ଓ ଗଡ଼ରେଜ୍‌ରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଲୁଟିନେଲେ ଦୁର୍ବୃତ୍ତ । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ।କାମାକ୍ଷାନଗର କଲେଜ ନିକଟରେ ଶିବରାମ ମହାକୁଡଙ୍କ ଘରୁ ଲୁଟ୍‌ ଅଭିଯୋଗ । ଗତକାଲି ପତ୍ନୀ ଭାନୁପ୍ରିୟା ମହାକୁଡଙ୍କ ଦେହ ଖରାପ ଥିବାରୁ ଶିବରାମ ତାଙ୍କୁ ନେଇ ଭୁବନେଶ୍ୱର ମେଡିକାଲ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ ।ଘର ଭିତରେ ଥିବା ଗଡ଼ରେଜ୍‌ ଓ ଆଲମିରା ଭାଙ୍ଗି ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ । ପରିବାର ଲୋକଙ୍କ କହିବା ଅନୁସାରେ, ୮୫ ହଜାର ଟଙ୍କା ନଗଦ ସହ ୭୪ ଗ୍ରାମ ସୁନା ଲୁଟ୍‌ ହୋଇଛି । ସୁନା ହାର, ରାଣୀହାର, ବ୍ରେସଲେଟ୍‌, ୨ଟି ମୁଦି ଓ ୨ଟି ଚୁଡ଼ି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।ପତ୍ନୀଙ୍କ ଦେହ ଖରାପ ଥିବାରୁ ତାଙ୍କୁ ନେଇ ଭୁବନେଶ୍ୱର ମେଡିକାଲ ଯାଇଥିଲି । ଆଜି ରାତି ପ୍ରାୟ ୮ଟା ୩୫ରେ ଘରକୁ ଫେରିବା ପରେ ଦେଖିଲି ଘରର କବାଟ ଭଙ୍ଗାଯାଇଛି । ଆଲମିରା ଓ ଗଡ଼ରେଜ୍‌ ଭାଙ୍ଗି ଟଙ୍କା ଓ ସୁନା ଗହଣା ନେଇଯାଇଛନ୍ତି ।ଘଟଣା ନେଇ ଶିବରାମ ମହାକୁଡ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟେରାଙ୍କୁ ଧରିବା ସହ ଲୁଟ୍‌ ସାମଗ୍ରୀ ଉଦ୍ଧାର ପାଇଁ ପୋଲିସ ତଦନ୍ତ ଚଳାଇଛି । କାମାକ୍ଷା ନଗର ରୁ ଦିଲ୍ଲିପ କୁମାର ନାୟକ ରିପୋର୍ଟ ଓମ୍ ମିଡିଆ।

Sep 7, 2026 - 19:06
 0  5
ଲକ୍ଷାଧିକ ଟଙ୍କାର ସୁନା ଓ ଟଙ୍କା ଲୁଟ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0