ସଂସ୍କାର ପବ୍ଲିକ ସ୍କୁଲରେ ୪ ଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର*

*ସଂସ୍କାର ପବ୍ଲିକ ସ୍କୁଲରେ ୪ ଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର* କାମାକ୍ଷାନଗର, ଉପଖଣ୍ଡର ରହଣୀସ୍ଥିତ ସଂସ୍କାର ପବ୍ଲିକ ସ୍କୁଲରେ ଶିକ୍ଷକମାନଙ୍କର ବୃତ୍ତିଗତ ଦକ୍ଷତା ବିକାଶ ଏବଂ ଆଧୁନିକ ଶିକ୍ଷା ପଦ୍ଧତିକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗତ ସୋମବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଏକ ୪ ଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ବାଙ୍ଗାଲୋରସ୍ଥିତ ଲାଇଫ ଏଡୁକେୟାରର ପ୍ରଶିକ୍ଷକ ଶ୍ରୀ ରୁବେନ ଧନରାଜ ଶିକ୍ଷକମାନଙ୍କୁ ଆଧୁନିକ ଶିକ୍ଷାଦାନ ପଦ୍ଧତି, ଶ୍ରେଣୀଗୃହ ପରିଚାଳନା, ଛାତ୍ରଛାତ୍ରୀଙ୍କ ସହ ଫଳପ୍ରଦ ସମ୍ପର୍କ ସ୍ଥାପନ ଏବଂ ଶିକ୍ଷାରେ ନବସୃଜନାତ୍ମକ ଚିନ୍ତାଧାରା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି, ଦିଲ୍ଲୀସ୍ଥିତ ଆବିଷ୍କାର ଟିମ୍ ର ପ୍ରଶିକ୍ଷକ ଶ୍ରୀ ଶିବଶଙ୍କର ଶିକ୍ଷକମାନଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଓ ରୋବୋଟିକ୍ସ ବିଷୟରେ ବ୍ୟବହାରିକ ଏବଂ ଜ୍ଞାନବର୍ଦ୍ଧକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଚଳିତ ଶିକ୍ଷାବର୍ଷରୁ ବିଦ୍ୟାଳୟରେ AI ଓ ରୋବୋଟିକ୍ସ ପାଠ୍ୟକ୍ରମ ଆରମ୍ଭ ହେଉଥିବାରୁ ଏହି ପ୍ରଶିକ୍ଷଣର ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ଶିକ୍ଷକମାନେ ବିଷୟର ମୌଳିକ ଧାରଣା, ପ୍ରୟୋଗଧର୍ମୀ ଶିକ୍ଷାଦାନ ପଦ୍ଧତି ଏବଂ ଆଧୁନିକ ପ୍ରଯୁକ୍ତିଭିତ୍ତିକ ଶିକ୍ଷା ସମ୍ପର୍କରେ ସମ୍ୟକ୍ ଜ୍ଞାନ ଲାଭ କରିଥିଲେ। ଏହି ପ୍ରଶିକ୍ଷଣ ଭବିଷ୍ୟତମୁଖୀ ଶିକ୍ଷା ବ୍ୟବସ୍ଥା ସହ ଶିକ୍ଷକମାନଙ୍କୁ ସାମିଲ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ପ୍ରଶିକ୍ଷଣ ଶିବିରର ସମାପନୀ ଅଧିବେଶନରେ ସଂସ୍କାର ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଶାନ୍ତନୁ ଚାଟାର୍ଜୀ ଉଭୟ ପ୍ରଶିକ୍ଷକଙ୍କୁ ସେମାନଙ୍କର ମୂଲ୍ୟବାନ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ଶିକ୍ଷକମାନଙ୍କର ବୃତ୍ତିଗତ ଦକ୍ଷତା ବିକାଶ ନିମନ୍ତେ ବିଦ୍ୟାଳୟ ପକ୍ଷରୁ ଏଭଳି ଗୁଣାତ୍ମକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ନିୟମିତ ଆୟୋଜନ କରାଯିବ ବୋଲି ପ୍ରତିଶ୍ରୁତି ବ୍ୟକ୍ତ କରିଥିଲେ।କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,

Jul 2, 2026 - 19:28
 0  4
ସଂସ୍କାର ପବ୍ଲିକ ସ୍କୁଲରେ ୪ ଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର*

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0