ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ,,

ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ -- ସ୍ଥାନୀୟ ଲୁକ୍କାୟିତ ପ୍ରତିଭା, ପର୍ଯ୍ୟଟନ ସ୍ଥଳୀ, ଐତିହ୍ୟ, ବିକାଶମୂଳକ ଯୋଜନା ପ୍ରସାର କରିବାରେ ସୋସିଆଲ ମିଡିଆ ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ -- ସୋସିଆଲ ମିଡିଆ ସମାଜକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ଆବଶ୍ୟକ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯାଜପୁର, ୧୭/୦୬/୨୬: ଜିଲ୍ଲା ପ୍ରଶାସନ ପକ୍ଷରୁ "ବିକାଶର ଧାରା, ଓଡ଼ିଶା ସାରା" ସମ୍ପର୍କିତ ଏକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବଡ଼ଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ କ୍ରୀଡ଼ା, କଳା ସଂସ୍କୃତି, ସାହିତ୍ୟ କ୍ଷେତ୍ରରେ ଯାଜପୁରର ଏକ ସମୃଦ୍ଧ ପରମ୍ପରା ରହିଛି। ସେହି ଉତ୍କୃଷ୍ଟ ଐତିହ୍ୟ ଏବଂ ବିକାଶର ଧାରାକୁ ସକାରାତ୍ମକ ଭାବେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ପୂର୍ବରୁ ସୋସିଆଲ ମିଡିଆ ଏକ ପ୍ରୟୋଗ ଭାବେ ଆରମ୍ଭ ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହାର ପ୍ରଭାବଶାଳୀ ଭୂମିକା ରହିଛି। ତେଣୁ ସମାଜକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ଉଚିତ ବୋଲି ମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ। ସ୍ଥାନୀୟ ଅଞ୍ଚଳର ଲୁକ୍କାୟିତ ପ୍ରତିଭା, ଲୁକ୍କାୟିତ ପର୍ଯ୍ୟଟନ ସ୍ଥଳୀ, କଳାକୃତି, ସ୍ଥାନୀୟ ସମସ୍ୟା, ବିକାଶମୂଳକ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଦିଗରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ବୁଦ୍ଧିଜୀବୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ। ଏହାସହ ମନ୍ତ୍ରୀଙ୍କ ସମେତ ବଡ଼ଚଣା ବିଧାୟକ, ଧର୍ମଶାଳା ବିଧାୟକ ଏବଂ ଜିଲ୍ଲାପାଳ ଯାଜପୁର ଜିଲ୍ଲାର ସାମଗ୍ରିକ ବିକାଶ, କ୍ରୀଡ଼ା ପ୍ରତିଭା, ଐତିହ୍ୟ ସଂସ୍କୃତିର ପ୍ରଚାର ପ୍ରସାରକୁ ନେଇ ବିଭିନ୍ନ ବିଷୟରେ ବୁଦ୍ଧିଜୀବୀ ଏବଂ କଣ୍ଟେଣ୍ଟ କ୍ରିଏଟରମାନଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ “ବିକାଶର ଧାରା, ଓଡ଼ିଶାର ସାରା” ସଙ୍କଳ୍ପକୁ ସାକାର କରି ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ବିଭିନ୍ନ ମତାମତ ଓ ପରାମର୍ଶ ସଂଗ୍ରହ କରାଯାଇଥିଲା। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପ୍ରକାଶିତ ମାସିକ ପତ୍ରିକା "ପ୍ରଗତି ପ୍ରବାହ" ଏବଂ ସରକାରଙ୍କ ଯୋଜନା ସମ୍ବଳିତ ସୂଚନା ପତ୍ର ବଣ୍ଟନ କରାଯାଇଥିଲା। ଏହି ସମ୍ମିଳନୀରେ ଜିଲ୍ଲାର କଣ୍ଟେଣ୍ଟ କ୍ରିଏଟର, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ୱ, ସମାଜସେବୀ, ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ବ୍ୟୁରୋ ରିପୋର୍ଟ ଓମ ମିଡ଼ିଆ!|

Jun 17, 2026 - 19:41
 0  8
ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0