ସ୍କୁଲର କବାଟ ତାଲା ଭାଙ୍ଗି ଚୋରି, ତଦନ୍ତରେ ପୋଲିସ୍,,

ସ୍କୁଲର କବାଟ ତାଲା ଭାଙ୍ଗି ଚୋରି, ତଦନ୍ତରେ ପୋଲିସ୍ ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅଧୀନ ବାଙ୍ଗର ଖଡ଼ିଗଡ଼ିଆ ଗାଁରେ ଥିବା ମଧୁମଲ୍ଲିକା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲରେ ଚୋରି ଘଟଣା ଘଟିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସୋମବାର ସକାଳେ ଶିକ୍ଷକମାନେ ସ୍କୁଲକୁ ପହଞ୍ଚିବା ପରେ ଏକ କକ୍ଷର କବାଟ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ପରେ ଯାଞ୍ଚ କରିବାକୁ ଗଲେ ସ୍କୁଲରେ ଲାଗିଥିବା ଏକ ଏଲଇଡି ଟିଭି ସହିତ ପିଲାମାନଙ୍କ ପାଇଁ ରଖାଯାଇଥିବା ଅଣ୍ଡା ଚୋରି ହୋଇଥିବା ଜଣାପଡ଼ିଥିଲା। ଏହା ପରେ ସ୍କୁଲ କର୍ତ୍ତୃପକ୍ଷ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଉଲ୍ଲେଖନୀୟ, ଏହି ସ୍କୁଲରେ ପୂର୍ବରୁ ମଧ୍ୟ ବାରମ୍ବାର ଚୋରି ଘଟଣା ଘଟୁଥିବା ଅଭିଯୋଗ ରହିଛି। ଏହାକୁ ନେଇ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଚିନ୍ତା ପ୍ରକାଶ କରି ଘଟଣାର ସଠିକ୍ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ସ୍ଥାନୀୟ ଅଞ୍ଚଳରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଲକ୍ଷ୍ୟ କରି ଚୋରି ଘଟଣା ବୃଦ୍ଧି ପାଉଥିବାରୁ ଲୋକମାନଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି। ବିଶେଷକରି ରାତିରେ ନିଶାସକ୍ତ ବ୍ୟକ୍ତିମାନେ ଏପରି ଘଟଣା ଘଟାଉଥିବା ଅଭିଯୋଗ ହେଉଥିବାରୁ ପୋଲିସ୍ ପକ୍ଷରୁ କଡ଼ା ପହରା ଓ ନିୟମିତ ପେଟ୍ରୋଲିଂ ଆବଶ୍ୟକ ବୋଲି ସ୍ଥାନୀୟମାନେ ମତ ପ୍ରକାଶ କରିଛନ୍ତି। ସିମୁଳିଆ ରୁ ସମିର ସାହୁଙ୍କ ରିପୋର୍ଟ ଓମ୍ ମିଡିଆ

Apr 13, 2026 - 15:48
 0  7
ସ୍କୁଲର କବାଟ ତାଲା ଭାଙ୍ଗି ଚୋରି, ତଦନ୍ତରେ ପୋଲିସ୍,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0