ହିନ୍ଦୋଳରେ ସାମାଜିକ ଚେତନା ପାରଦର୍ଶିତା ପରୀକ୍ଷା ଅନୁଷ୍ଠିତ,
*ହିନ୍ଦୋଳରେ ସାମାଜିକ ଚେତନା ପାରଦର୍ଶିତା ପରୀକ୍ଷା ଅନୁଷ୍ଠିତ
ତା ୨୨/୦୯/୨୦୨୬,ମଙ୍ଗଳବାର,ହିନ୍ଦୋଳ।
ରିପୋର୍ଟ ବିଭୁ ପ୍ରସାଦ ଶତପଥୀ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବ୍ଲକ ସ୍ତରୀୟ ସାମାଜିକ ଚେତନା ପାରଦର୍ଶିତା (FLNT-1) ପରୀକ୍ଷା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।ଖବରରୁ ପ୍ରକାଶ ପ୍ରକାଶ ହିନ୍ଦୋଳବ୍ଲକ ଠୋକର ସରକାରୀ ଉପ୍ରା ସ୍କୁଲ ରୁ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇ ସମସ୍ତ ସ୍କୁଲ ମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ହିନ୍ଦୋଳ ବ୍ଲକଗୋଷ୍ଠୀ ଶିକ୍ଷାଅଧିକାରୀ ମିନତୀ ଦେହୁରୀ ଙ୍କ ସଭାପତିତ୍ୱ ରେ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ପ୍ରକାଶ ପ୍ରଧାନ, ସିଆରସିସି ପ୍ରଦୀପ ପଣ୍ଡା, ପରିଚାଳନା କମିଟି ସଦସ୍ୟ ମାନସ ମାଝୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଫଳତାର ସହକାରେ ସମ୍ପାଦନା ଆରମ୍ଭ ହୋଇଥିଲା। ତେବେ ସମାଜରେ ବୟସ୍କ,ବୃଦ୍ଧ, ବୃଦ୍ଧା, ବରିଷ୍ଠ ନାଗରିକମାନେ କିପରି ସମାଜରେ ବିଭିନ୍ନ କ୍ଷେତ୍ରରେ ସଚେତନତା ଅବଲମ୍ବନ କରିପାରିବେ ଓ ବିଭିନ୍ନ କାର୍ଯ୍ୟରେ ପାରଦର୍ଶିତା ଲାଭ କରିପାରିବାସହ ହଇରାଣ ହରକତ ନହେବେ ସେଥିପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର, ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ୧୯୦ଟି ପରୀକ୍ଷା କେନ୍ଦ୍ରରେ ସର୍ବମୋଟ ଛଅ ହଜାର ଦୁଇଶହ ପାଞ୍ଚ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0