ଅଗ୍ନିକାଣ୍ଡରେ ଘର ଜଳି ପାଉଁଶ ହୋଇଯାଇଛି ସିମୁଳିଆ ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମରେ
ବର୍ତମାନର ବଡ଼ ଖବର ଅଗ୍ନିକାଣ୍ଡରେ ଘର ଜଳି ପାଉଁଶ : ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଗତ ରାତି ପ୍ରାୟ ୨ଟା ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି ସେଠାରେ ବସବାସ କରୁଥିବା ରାମ ଚନ୍ଦ୍ର ବଳଙ୍କ ଘରରେ ହଠାତ୍ ନିଆଁ ଲାଗିଯାଇ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଘରଟି ଜଳି ପାଉଁଶ ହୋଇଯାଇଥିଲା। ସ୍ଥାନୀୟ ଲୋକମାନେ ନିଆଁ ଦେଖି ଅଡା ପରେ ଭଦ୍ରକ ଦମକଳ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଭଦ୍ରକ ରୁ ଦୁଇଟି ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ଅଗ୍ନିକୁ ଆୟତ କରିଥିଲେ। ସୂଚନା ଅନୁଯାୟୀ, ନିଆଁ ଲାଗିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ତଥାପି ଏହି ଅଗ୍ନିକାଣ୍ଡରେ କାହାରି ପ୍ରାଣହାନି କିମ୍ବା ଆହତ ହେବାର ଖବର ମିଳିନାହିଁ। ହେଲେ ଘର ସହିତ ଘରୋଇ ସାମଗ୍ରୀ ଜଳି ବହୁତ ଆର୍ଥିକ କ୍ଷତି ହୋଇଥିବା ଅନୁମାନ କରାଯାଉଛି। ସିମୁଳିଆ ରୁ ସମିର ସାହୁ ଙ୍କ ରିପୋର୍ଟ ଓମ୍ ମିଡିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0