ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ ଯାଜପୁର, ୦୫/୦୩/୨୬( ସରୋଜ କୁମାର ଧଳ :ଓମ ମିଡିଆ ଏଡିଟର ) ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ଉପଲକ୍ଷେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଯାଜପୁର, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ମାଇ ଭାରତ, ଯାଜପୁର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଇନଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଛି। ମାର୍ଚ୍ଚ ୮ ତାରିଖ ମହିଳା ଦିବସ ଉପଲକ୍ଷେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ବିଭାଗ, ଜିଲ୍ଲା ପ୍ରଶାସନ ଓ ମାଇ ଭାରତ ପକ୍ଷରୁ ଦେଶ ବ୍ୟାପୀ ସାମୂହିକ କ୍ରୀଡା କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ପରୀପ୍ରେକ୍ଷୀରେ ମାର୍ଚ୍ଚ ୬ ରେ ଶକ୍ତି ସ୍ୱରୂପିଣୀ, ମାର୍ଚ୍ଚ ୭ ରେ ସଶକ୍ତ ନାରୀ ସଶକ୍ତ ରାଷ୍ଟ୍ର, ମାର୍ଚ୍ଚ ୮ ରେ ଶକ୍ତିର ଗତି ରାଷ୍ଟ୍ରର ପ୍ରଗତି ଥିମକୁ ନେଇ ତିନି ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶକ୍ତି ସ୍ୱରୂପିଣୀରେ ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ବ ଦିଆଯାଇ  ସାମୂହିକ ଯୋଗ ଶିବିର, ଜୁମ୍ବା, ଏରୋବିକ୍ସ, ପାରମ୍ପରିକ କ୍ରୀଡା, ପାରମ୍ପରିକ ନୃତ୍ୟ ଆୟୋଜନ ହେବ। ଦ୍ଵିତୀୟ ଦିବସରେ ଉତ୍ତମ ସ୍ୱାସ୍ଥ୍ୟ, ଜୁଡୋ, କରାଟେ, ବକ୍ସିଂ ଭଳି ଆତ୍ମ ରକ୍ଷା କୌଶଳ ତାଲିମ ଦିଆଯିବ। ସେହିଭଳି ତୃତୀୟ ଦିବସରେ ୫ କିମି ଦୂରତାର ଏକ ପାୱାର ୱାକ ବା ମାରାଥନ ହେବ। ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ "ଅସ୍ମିତା" ପଦକ୍ଷେପ ଅଧୀନରେ ଏସବୁ କାର୍ଯ୍ୟକ୍ରମ ଆୟୋଜିତ ହେବ। କ୍ରୀଡା ଏବଂ ସୁସ୍ଥ ଶରୀର ଗଠନ ଦିଗରେ ମହିଳାଙ୍କ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ହେଉଛି ଅସ୍ମିତା ପଦକ୍ଷେପର ଉଦ୍ଦେଶ୍ୟ। ଏଥିରେ ବିଭିନ୍ନ ବୟସ ବର୍ଗରେ ଦୌଡ଼ ପ୍ରତିଯୋଗିତା ଆୟୋଜନ କରାଯିବ। ଜିଲ୍ଲା ୟୁଥ୍ ଅଧିକାରୀ ଏହି କାର୍ଯ୍ୟକ୍ରମର ପରିଚାଳନା କରିବେ। ଜିଲ୍ଲା ୟୁଥ୍ ଅଧିକାରୀ ଶ୍ରୀ ବାସୁଦେବ ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଫକୀର ମୋହନ ଟୁଡୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଏଥିରେ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Mar 6, 2026 - 20:22
 0  1
ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0