ଅଷ୍ଟମ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ,,
ଅଷ୍ଟମ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ
ବାଲେଶ୍ୱର ଜିଲ୍ଲା ସୋର ଥାନା ସାଜନପୁର ପଞ୍ଚାୟତ ଶିରାପୁର ଗ୍ରାମରେ ଥିବା ମା ବଳୀ ବାସୁଳୀ ନିକଟରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶିରାପୁର ଖେଡେଇ ପୋଖରୀ ରୁ ଘଟ ଉତ୍ତୋଳନ ପରେ ଏହି ସଂଙ୍କିର୍ତ୍ତନ ଆରମ୍ଭ ହୋଇଥିଲା। ଶରତ ଯେନା , କମିତା ଯେନା , ମଞ୍ଜୁଲତା ଯେନା, ସସ୍ମିତା ଯେନା , ଅମିତା ଯେନା,ଶାନ୍ତି ଯେନା , ହେମନ୍ତ ଯେନା , ସସ୍ମିତା ଯେନା, ରେଣୁକା ଯେନା , ମନୋରମା ଯେନା, ସିତା ଯେନା ପ୍ରମୁଖ ଏହି ଅଷ୍ଟମ ପ୍ରହରୀ ନାମଯଜ୍ଞ ରେ କଳସ ବୁଡ଼ାଇ ଥିଲେ। ବିଶ୍ଵଶାନ୍ତି ତଥା ଜଗତର ମଙ୍ଗଳ କାମନା କରି ମହାସମାରୋହରେ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା ବୁଧବାର ଠାରୁ ଶୁଭ ଅଧିବାସ ସହିତ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ପରେ ମନ୍ତ୍ର ଧ୍ୱନି ଓ ହରିବୋଲ ହୁଳହୁଳିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା। ପାଣୁଧର ବାରିକ ଙ୍କ ସଂକୀର୍ତ୍ତନ ମଣ୍ଡଳୀ ଦ୍ଵାରା "ହରେ କୃଷ୍ଣ ହରେ ରାମ" ମହାମନ୍ତ୍ର ପରିବେଷଣ କରାଯାଇଥିଲା। ଦନା ପାତ୍ର , ଶତ୍ରୁଘ୍ନ ଯେନା , ମିନକେତନ ଯେନା ,ମାନସ ଯେନା , ସତ୍ୟରଞ୍ଜନ ଯେନା ,ଦିନବନ୍ଧୁ ଯେନା , ଅନିଲ୍ ଯେନା , ରାକେଶ ଯେନା ପ୍ରମୁଖ ସହଯୋଗ କରିଥିଲେ। ବାଲେଶ୍ୱର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ
What's Your Reaction?
Like
6
Dislike
0
Love
1
Funny
0
Angry
0
Sad
0
Wow
0