ଆଙ୍ଗନ କା ଉତ୍ସବ, ଏବଂ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ,,

ଆଙ୍ଗନ କା ଉତ୍ସବ, ଏବଂ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ବଡ଼ଚଣା ବ୍ଲକ ଅଧୀନ ସୂଂଗୁଡା ଦିବାକର ନୋଡାଲ ଉପ୍ରା ବିଦ୍ୟାକୟ ପରିସରରେ ଥିବା ୩ ଗୋଟି ଅଙ୍ଗନବାଡି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ ନବମ ରାଷ୍ଟ୍ରୀୟ ପୋଷଣ ମାସ ମଙ୍ଗଳବାର ପାଳନ ହୋଇଯାଇଛି l ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ଅଧିକ୍ଷ ତଥା ସାମ୍ବାଦିକ ତଫିରଉଦ୍ଦିନ ଖାନ ମୁଖ୍ୟ ଅତିଥି ସିଡିପିଓ ନନ୍ଦିନୀପ୍ରଭା ଲେଙ୍କା, ସରପଞ୍ଚ ଅଞ୍ଜୁଲତା ସ୍ୱାଇଁ ଉପସ୍ଥିତ ରହି ନିଜର ଅଭିଭାଷଣ ପ୍ରଦାନ କରିଥିଲେ ପୋଷଣ ମାସ ପାଳନର ମହତ୍ୱ, ପୁଷ୍ଟି ପତାକା ଆଦି ବିଷୟରେ ଅଭିଭାଷଣ ରଖିଥିଲେ l ସେହିପରି କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଆର୍ଜୁଖାନମ, ଭାରତୀ ତ୍ରିପାଠୀ,ସୁମିତ୍ରା ବିଶ୍ୱାଳ,ସହାୟିକା ହେନା ସାହୁ, ସବନମ ବିବି,ଜୟନ୍ତୀ ବାରିକ ପ୍ରମୁଖ ସହଯୋଗ କରିଥିଲେ l ଅଙ୍ଗନବାଡି କର୍ମୀ ପୋଷଣ ମାସ ଅବସରରେ ନିଜର ବକ୍ତବ୍ୟର ଶିଶୁର ପ୍ରଥମ ଏକ ହଜାର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହୋଇଥିବାରୁ ଶିଶୁଙ୍କ ସୁଚାରୁ ଲାଳନ ପାଳନରେ ମା ମାନଙ୍କ ସହ ପିତା ଓ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ସହଭାଗିତା ଉପରେ ବକ୍ତବ୍ୟ ରଖିଥିଲେ l ଅଙ୍ଗନବାଡି କେନ୍ଦ୍ରରୁ କୁନିକୁନି ଛୁଆମାନଙ୍କ ଭବିଷ୍ୟତ ଆରମ୍ଭ ହୁଏ ଏବଂ ଅଙ୍ଗନବାଡି ଦିଦି ଭଉଣୀମାନେ ଛୁଆମାନଙ୍କୁ ଅତି ନିଜର ଆପଣl ଭଳି ବ୍ୟବହାର କରିବା ସହ ଯତ୍ନ ନିଅନ୍ତି ଉତ୍ତମ ସଂସ୍କାର ପ୍ରଦାନ କରିବା ସହ କିପରି ଶରୀର ସ୍ୱାସ୍ଥ୍ୟ ସ୍ୱସ୍ତ ରହିବ ସେଥିପ୍ରତି ମଧ୍ୟ୍ୟ ସଜାଗ ରହି ସଚେତନତା ରକ୍ଷା କରିଥାନ୍ତି ସଂଖ୍ୟା ଚିହ୍ନନ୍ତି ଶିକ୍ଷା ପ୍ରଦାନ କରନ୍ତି ବୋଲି ସହକାରୀ ଶିକ୍ଷୟତ୍ରୀ ସ୍ମିତାରାଣୀ ମିଶ୍ର ବନ୍ଦିତା ମିଶ୍ର ଯଂଜ୍ଞସେନି ମିଶ୍ର ସ୍ୱପ୍ନାଜଳି ବିଶ୍ୱାଳ ହରପ୍ରିୟା ସ୍ୱାଇଁ ଗୀତାଞ୍ଜଳି ସ୍ୱାଇଁ ପ୍ରମୁଖ ଶିକ୍ଷୟତ୍ରୀ ନିଜର ବକ୍ତବ୍ୟ ରଖିଥିଲେ l ରନ୍ଧା ଖାଦ୍ୟ ପ୍ରଦର୍ଶନି ପ୍ରତିଯୋଗୀତାରେ ପ୍ରଥମ ଦୃତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ପିତୃ ଅଭିଭାବକ ମାନଙ୍କୁ ଫଳ ବାସ୍କେଟ ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଙ୍ଗନବାଡି କର୍ମୀ ସହାୟିକା ଆଶା କର୍ମୀମାନଙ୍କୁ ଉତ୍ସହିତ କରିବା ପାଇଁ ପରିଚାଳନା ସମିତିର ଅଧିକ୍ଷ ତଥା ସାମ୍ବାଦିକ ତଫିରଉଦ୍ଦିନ ଖାନ ସରପଞ୍ଚ ଅଞ୍ଜୁଲତା ସ୍ୱାଇଁ ଉତ୍ତରିୟ ଫୁଲତୋଡ଼ା ସହ ଫଳ ବାସ୍କେଟ ପ୍ରଦାନ କରାଯାଇଥିଲା l ଶେଷରେ ଅସୀମଉଦ୍ଦିନ ଖାନ ଧନ୍ୟବାଦ ଅର୍ପଣ କରିଥିଲେ l ସୁଶାନ୍ତ କୁମାର ବେହେରା, ଓମ ମିଡ଼ିଆ,,

Oct 2, 2026 - 19:39
 0  5
ଆଙ୍ଗନ କା ଉତ୍ସବ, ଏବଂ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0