ଓଡ଼ାପଡ଼ା ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ।

ଓଡ଼ାପଡ଼ା ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ। ତା୦୯/୦୯/୨୦୨୬, ବୁଧବାର,ଓଡ଼ାପଡ଼ା। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଓଡ଼ାପଡ଼ା ପଞ୍ଚାୟତ ସମିତି ର ଦ୍ଵାଦଶ ଅଧିବେଶନ ଅନୁଷ୍ଠିତ ହୋଇଯାଇଅଛି।ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପାଧ୍ୟକ୍ଷ ଅମିତାଭ ସ୍ବାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲିପ କୁମାର ଷଡଙ୍ଗୀ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେଶ କୁମାର ସାହୁ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ପାଢ଼ୀ ବିଧାୟିକା ଙ୍କ ପ୍ରତିନିଧି ସହଦେବ ପୃଷ୍ଟି, ସାଂସଦ ଙ୍କ ପ୍ରତିନିଧି ତପନ କୁମାର ମହାପାତ୍ର। ଜିଲ୍ଲା ପରିଷଦ ସଭ୍ୟ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ବିଭିନ୍ନ ପଞ୍ଚାୟତ ରେ ଥିବା ସମସ୍ୟା ସଂପର୍କରେ ଜନ ପ୍ରତିନିଧି ମାନେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ।ଯାହା ସବୁ କାର୍ଯ୍ୟ କରାଯାଉଛି ତାହା ତୁରନ୍ତ ଶେଷ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତ ଙ୍କୁ ନିର୍ଦେଶ ଦେଇଥିଲେ ଶେଷରେ ପଞ୍ଚାୟତ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Sep 10, 2026 - 21:46
 0  13
ଓଡ଼ାପଡ଼ା ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0