ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ,,

ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ଯାଜପୁର,୦୬/୦୪/(ଓମ ମିଡ଼ିଆ :ବିଦ୍ୟାଧର ଦାସ ) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ସାରା ରାଜ୍ୟରେ ଏପ୍ରିଲ ୧ ତାରିଖ ଓଡିଶା ଦିବସ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଆଜି  ଓଡ଼ିଆ ପକ୍ଷ ପାଳନ ପଞ୍ଚମ ଦିବସ ଅବସରରେ ଯାଜପୁର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁଙ୍କ ସହଯୋଗରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଅଛି। ଯାଜପୁର ଟାଉନ ଥାନା ଅଧିକାରୀ ଶରତ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଓ ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ ପତାକା ଦେଖାଇ ଏହି ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଗଣଦୌଡର ଉଦ୍ଦେଶ୍ୟ ବର୍ଣ୍ଣନା କରିବା ସହ ଆମର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ କରିବା ନିମନ୍ତେ ଅତିଥିମାନେ ମତ ଦେଇଥିଲେ । ଏହି ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ, କ୍ରୀଡା ଅନୁଷ୍ଠାନର ସଦସ୍ୟ ଆଦି ସମୁଦାୟ ୩୦୦ ଜଣ ଯୋଗଦାନ କରିଥିଲେ।ଐତିହ୍ୟ ଗଣଦୌଡରେ ସାମିଲ ହୋଇଥିବା ସମସ୍ତଙ୍କୁ ଗୋଟିଏ ଲେଖାଏଁ ଟି - ସାର୍ଟ ଓ କ୍ୟାପ ପ୍ରଦାନ କରାଯାଇଥିଲା। ବରାହନାଥ ମନ୍ଦିର ଠାରୁ ଏହି ଗଣଦୌଡ ଆରମ୍ଭ ହୋଇ ହକି ଷ୍ଟାଡିୟମ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏହି ଗଣ ଦୌଡ଼ ରେ ହକି ପ୍ରଶିକ୍ଷକ, ବ୍ୟାଡ଼ମିଣ୍ଟନ ପ୍ରଶିକ୍ଷକ, କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।

Apr 6, 2026 - 20:50
 0  6
ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0