ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ତରଫରୁ ୮୦ ତମ ସ୍ବାଧିନତା ଦିବସ ପାଳିତ।
ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ତରଫରୁ ୮୦ ତମ ସ୍ବାଧିନତା ଦିବସ ପାଳିତ।
ଆଜି ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ଓଡିଶା ଡିଜିଟାଲ ମିଡିଆ ମହାସଂଘର ସାଂଗଠନିକ ସଂପାଦକ ଗୈରାଙ୍ଗ ଚରଣ ସହିଙ୍କ ନେତୃତ୍ବରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରାଯାଇଥିଲା, ମହାସଂଘର ସଂପାଦକ ଵସନ୍ତ ମଲିକ, ଉପଦେଷ୍ଟା ନିର୍ମଳ ସାମଲ, ରାଜ୍ୟ ଅଧିକାରି ଜିତୁ ବେହେରା, ଚନ୍ଦନ ସାମଲ, ସାଧାରଣ କର୍ମି ସଞ୍ଜୟ ନାୟକ,ପ୍ରଭାତ ମଲିକ, ଯାଜପୁର ଡିଜିଟାଲ ସେଲ ସଭାପତି ହେମନ୍ତ ନାୟକଙ୍କ ସମେତ ଶଙ୍କର୍ଷଣ ବେହେରା, ବାବୁଲି ମାହାନ୍ତି,ଗୈତମ ସ୍ବାଇଁ, କାହୁଁ ଭାଇ, ଲିପନଙ୍କ ସମେତ ଵିଦ୍ୟାଳୟର ଛାତ୍ରଛାତ୍ରୀ ,ଓ ଉକ୍ତ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ପର୍ଶୁରାମ ଦଳାଇ ଉପସ୍ଥିତ ରହି ସ୍ଵାଧିନତା ଦିବସ ପାଳନ କରିଥିଲେ।ସମ୍ମାନିତ ଅତିଥି ଭାବେ ମାଳ ଆନନ୍ଦପୁର ପଞ୍ଚାୟତର ସଭାପତି ଶ୍ରୀଯୁକ୍ତ ଦିଲିପ୍ ଧଳ ପତାକା ଉତ୍ତୋଳନ କରିଥିଲେ। ମହାସଂଘର ସାଂଗଠନିକ ସଂପାଦକ ଶ୍ରୀମହି ନିଜର ଅଭିଭାଷଣରେ କହିଥିଲେ ଆଜିର ଏହି ସ୍ବାଧିନତା ଦିବସରେ ଆମେ ସମସ୍ତେ ସପଥ ନେବା ଏମିତି ଏକ ସାର୍ବଭୌମ, ସ୍ୱାଧିନତାର ଦେଶ ଗଢ଼ିବା ଯୋଉଠି ନଥିବ ଉଗ୍ରଯାତିଯତାଵାଦ, ହିଂସା ଓଦ୍ଵେଶ।
What's Your Reaction?
Like
0
Dislike
0
Love
1
Funny
0
Angry
0
Sad
0
Wow
0