ଓଡିଶା ପକ୍ଷରେ ପାରମ୍ପରିକ ପୋଷାକ ପରିଧାନ କଲେ ସରକାରୀ ଅଧିକାରୀ ଓ କର୍ମଚାରୀ,,

ଓଡ଼ିଆ ପକ୍ଷରେ ପାରମ୍ପରିକ ପୋଷାକ ପରିଧାନ କଲେ ସରକାରୀ ଅଧିକାରୀ ଓ କର୍ମଚାରୀ ଯାଜପୁର, ୦୨/୦୪/(ଓମ ମିଡିଆରୁ : ଜୟନ୍ତ କୁମାର ପଣ୍ଡା) ଏପ୍ରିଲ ପହିଲାରୁ ୧୪ ତାରିଖ ଯାଏଁ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଏହି ଅବସରରେ ଏପ୍ରିଲ ୨ ଏବଂ ୩ ରେ ପାରମ୍ପରିକ ପୋଷାକ ଦିବସ ପାଳନ କରାଯାଉଛି। ଏହାର ଥିମ୍ ରହିଛି "ଆମ ପୋଷାକ, ଆମ ପରିଚୟ"। ଯାଜପୁରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଏହାକୁ ଆନ୍ତରିକତାର ସହ ପାଳନ କରାଯାଇଛି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀଗଣ ଓ କର୍ମଚାରୀମାନେ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରିଥିଲେ। ସମ୍ବଲପୁରୀ ବସ୍ତ୍ର, ଶାଢ଼ୀ, ଖଦି ପୋଷାକ, ବ୍ରହ୍ମପୁରୀ ଇତ୍ୟାଦି ପାରମ୍ପରିକ ହାତବୁଣା ଓଡ଼ିଆ ପୋଷାକ ପରିଧାନ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଫ୍ଲାଗପୋଷ୍ଟ ନିକଟରେ ସମସ୍ତେ ଏକତ୍ରିତ ହୋଇ ଫଟୋ ସେସନ୍ କାର୍ଯ୍ୟକ୍ରମ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବୀପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ପାରମ୍ପରିକ ପୋଷାକ ପରିଧାନ ଯୋଗୁଁ କାର୍ଯ୍ୟାଳୟରେ ଏକ ସାଂସ୍କୃତିକ ପରିବେଶ ସୃଷ୍ଟି ହୋଇଥିଲା। ଓଡ଼ିଶାର ହସ୍ତତନ୍ତ ଶିଳ୍ପ ଏବଂ କାରିଗରୀକୁ ପ୍ରୋତ୍ସାହନ ଦେବା ସହ ଏହାର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଏହି ଦିବସ ପାଳନ କରାଯାଇଥିଲା।

Apr 2, 2026 - 20:19
 0  13
ଓଡିଶା ପକ୍ଷରେ ପାରମ୍ପରିକ ପୋଷାକ ପରିଧାନ କଲେ ସରକାରୀ ଅଧିକାରୀ ଓ କର୍ମଚାରୀ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0