କର୍ମଚାରୀ ଅଭାବ ରୁ ଡାକ୍ତର ଖାନା ଦୁର୍ଦିନ ଅବସ୍ତାରେ,

ନାହିଁ ନାହିଁ ରେ ମଙ୍ଗଳପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର. ଡାକ୍ତର ଓ କର୍ମଚ଼ାରୀଙ୍କ ଅଭାବ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇପାରୁ ନାହାନ୍ତି ଜନସାଧାରଣ ବିରିପଟା /୧୭/୦୩(ଓମ ମିଡିଆରୁ ମାନସ କୁମାର ସାହୁ ) ଆମ ସରକାରଙ୍କ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ର ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର, ନର୍ସ , ଆଟେଣ୍ଡାଣ୍ଟ ଭଳି ପଦବୀ ଖାଲି ପଡିଥିବାରୁ ସମସ୍ୟାମାନ ଉପୁଜୁଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଅଭାବ ଦେଖିବାକୁ ମିଳିଛି। ଯାଜପୁର ଜିଲା ସହିତ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାର ରୋଗୀ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ଦୈନିକ ସାତ ଶହ ରୁ ଆଠ ଶହ ରୋଗୀ ଏଠାରେ ପଞ୍ଜିକୃତ କରିଥାନ୍ତି। ରୋଗୀଙ୍କ ଲମ୍ବା ଧାଡ଼ି ଦେଖିଲେ ଏହି ସ୍ବାସ୍ଥ୍ୟ କେନ୍ଦ୍ରର କେତେଯେ ଆବଶ୍ୟକତା ବୁଝା ପଡୁଥିବ। ୧୫ ଜଣଙ୍କ ଜାଗାରେ ଆୟୁଷ ଡ଼ାକ୍ତର ଝରଣା ଦଳେଇ, ପ୍ରସୂତି ବିଭାଗରେ ସୁଶ୍ରୀ ସଙ୍ଗୀତା ବରାଳ ଅନ୍ୟ ଦୁଇଜଣ ଡେପୁଟେସନ ରେ ଶୁଭଲକ୍ଷ୍ମୀ ରଥ ଓ ତପନିତା ନାୟକ ରହିଛନ୍ତି ମୋଟ ୫ ଜଣ ଡ଼ାକ୍ତର ଏଠାରେ ଅଛନ୍ତି। ୧୫ ଜଣ ନର୍ସ ରହିବା ଜାଗାରେ ୫ ଜଣ ଏଠାରେ କାର୍ଯ୍ୟ କରୁଛନ୍ତି। ସେହିପରି ୪ ଜଣ ଆଟେଣ୍ଡାଟ୍ ଡ୍ରେସରଙ୍କ ସ୍ଥାନରେ ମାତ୍ର ଜଣେ କାର୍ଯ୍ୟ କରୁଛନ୍ତି । ଲାବୋରେଟରି ସହାୟକ ୩ ଜଣ ରହିବା ସ୍ଥାନରେ ମାତ୍ର ଜଣେ ଅଛନ୍ତି। ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅର୍ନ୍ତଭୁକ୍ତ ଛଅ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି. ସେଥିମଧ୍ୟରୁ ୪ଟି ରେ ଡାକୁର ରହିଥିବା ବେଳେ ଅନ୍ୟ ଦୁଇଟି କେନ୍ଦ୍ର ଦକ୍ଷିଣବନ୍ଧ ଓ କୟାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ କୌଣସି ଏମ୍ ବି ବି ଏସ୍ ଡ଼ାକ୍ତର ନାହାନ୍ତି. ବେଳେ ବେଳେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରୁ ଡ଼ାକ୍ତରମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି, ଏହା ଯୋଗୁଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ରୋଗୀ ସେବା ଏକ ପ୍ରକାର ଠପ୍ ହୋଇଯାଉଛି. ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଣୀ ଶ୍ରୀମତି ମଲ୍ଲ ନିଜ କାର୍ଯ୍ୟ ସହ ରୋଗୀ ସେବା ମଧ୍ୟ କରୁଛନ୍ତି. ୨୪ ଘଣ୍ଟା ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଏହି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଏତେ ସବୁ ଅଭାବ ସତ୍ତ୍ଵେ କିଭଳି ସ୍ବାସ୍ଥ୍ୟ ସେବା ଯୋଗାଇଛି ଭଗବାନ ଜାଣନ୍ତି। ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୌଳିକ ଆବଶ୍ୟକତା ପୂରଣ ନହେବା ବିଡ଼ମ୍ବନାର ବିଷୟ ହୋଇଛି। ମଙ୍ଗଳପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରିଣୀ ଡାକ୍ତର :ଅମ୍ରିତା ପ୍ରିତମ ମଲ୍ଲ କୁହନ୍ତି ଯେ ଡାକ୍ତର ଓ ଅନ୍ୟ ଖାଲି ପଡ଼ିଥିବା ପଦବୀ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ବହୁବାର ଅବଗତ କରାଇଛନ୍ତି । ଉଚ୍ଚକର୍ତ୍ତୃପକ୍ଷ ଏଥି ନିମନ୍ତେ ଦୃଷ୍ଟି ଦେଇ ଖାଲି ପଡିଥିବା ପଦବୀ ଗୁଡିକୁ ତୁରନ୍ତ ପୂରଣ ପାଇଁ ସାଧାରଣ ଦାବି ହେଉଛି.

Mar 17, 2026 - 13:18
 0  7
କର୍ମଚାରୀ ଅଭାବ ରୁ ଡାକ୍ତର ଖାନା ଦୁର୍ଦିନ ଅବସ୍ତାରେ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0