କାଠ ବୋଝେଇ ଟ୍ରକ ଜବତ, ଡ୍ରାଇଭର ସମେତ ୨ ଗିରଫ।
Slug- କାଠ ବୋଝେଇ ଟ୍ରକ ଜବତ, ଡ୍ରାଇଭର ସମେତ ୨ ଗିରଫ। Format -AVO କାମାକ୍ଷାନଗର Date -19/5/2026 Anchor -ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଇରାମୁଣ୍ଡା ଗାଁ ନିକଟରୁ ଖଇର କାଠ ବୋଝେଇ ଟ୍ରକକୁ ଧରିଛି ବନ ବିଭାଗ। ଡ୍ରାଇଭର ସମେତ ୨ଜଣ ଗିରଫ କରାଯାଇଛି ।ଗିରଫ ଅଭିଯୁକ୍ତ ମାନେ ଉତ୍ତରପ୍ରଦେଶର ବିନୋଦ କୁମାର ଏବଂ ମହମ୍ମଦ ସାହେବ ।କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ବାଉଁଶପାଳ ଗାଁରୁ ଖଇର କାଠ ବୋଝେଇ ଟ୍ରକଟି ବାହାର ରାଜ୍ୟକୁ ଚୋରା ଚାଲାଣ ବେଳେ ମାଡି ବସିଥିଲା ବନ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଏସିଏଫଙ୍କ ସମେତ ମହାବିରୋଡ଼ ଓ କାମାକ୍ଷାନଗର ରେଞ୍ଜର ସମସ୍ତ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲେ। ଟ୍ରକଟି ପରଜଙ୍ଗ ଥାନା ଖଇରାମୁଣ୍ଡା ଗାଁ ଅତିକ୍ରମ କରୁଥିବା ବେଳେ କାବୁ କରି ନେଇଥିଲେ ବନ ବିଭାଗ ଟିମ। ଟ୍ରକରୁ ଜବତ ଖଇର କାଠର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦିଲ୍ଲିପ କୁମାର ନାୟକ ରିପୋର୍ଟ ଓମ୍ ମିଡିଆ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0