କାମାକ୍ଷାନଗର ଇନ୍ଦୁପୁର ଗ୍ରାମରେ ଅଖିମୁଠି ଅନୁକୁଳ କଲେ ସମାଜସେବି ସରୋଜକାନ୍ତ,,
କାମାକ୍ଷାନଗର ଇନ୍ଦୁପୁର ଗ୍ରାମରେ ଅଖିମୁଠି ଅନୁକୁଳ କଲେ ସମାଜସେବି ସରୋଜକାନ୍ତ ଫର୍ମାଟ-ଏ ଭି ଓ ଦିଲ୍ଲିପ କୁମାର ନାୟକ, ଓମ ମିଡ଼ିଆ, କାମାକ୍ଷାନଗର ଆଙ୍କର-ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ସାରା ଓଡ଼ିଶାରେ ଭକ୍ତି ଓ ଉତ୍ସାହର ସହ ଏହି ପର୍ବ ପାଳିତ ହେଉଛି। ଏହି ଶୁଭ ଦିନରେ ଚାଷୀମାନେ ଅଖିମୁଠି ଅନୁକୂଳ କରି ଚାଷ କାମର ଶୁଭାରମ୍ଭ କରିଛନ୍ତି।ବିହନ ଧାନକୁ ଛାଟି ଏହି ପରମ୍ପରାକୁ ଅନୁସରଣ କରାଯାଉଛି।ଏହି କ୍ରମରେ କାମାକ୍ଷାନଗର ଏନଏସି ଇନ୍ଦୁପୁର ଗ୍ରାମ ସ୍ଥିତ ମଠ ନିକଟରେ ସମାଜସେବି ସରୋଜକାନ୍ତ ବେହେରା ଉପସ୍ଥିତ ରହି ଅଖିମୁଠି ଅନୁକୁଳ କରିଥିଲେ।ଏହି ପରମ୍ପରା ଓଡ଼ିଶାର କୃଷି ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ବୋଲି ବିବେଚନା କରାଯାଏ।ବିଶେଷ କରି ଚାଷି ଭାଇମାନେ ପର୍ବଟିକୁ ଉତ୍ସାହ ଓ ସାମୁହିକତାର ସହିତ ପାଳନ କରୁଛନ୍ତି।ସକାଳୁ ସକାଳୁ ନୂତନ ବସ୍ତ୍ର ପରିଧାନ କରି ହାତରେ ପୂଜା ସାମଗ୍ରି ଓ ନୂଆ ଧାନ ଧରି ବିଲରେ ପହଞ୍ଚିବା ପରେ ଧାନ ମୁଠି ଅନୁକୂଳ ହୋଇଥିଲା।ଜମିରେ ପ୍ରଥମେ ନୂଆ ତଥା ବିହନ ଧାନକ ଛିଟି ଚାଷ କାମର ଶୁଭାରମ୍ଭ କରୁଛନ୍ତି। ଏହାକୁ ଓଡ଼ିଶାର କୃଷି ପରମ୍ପରାର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ବୋଲି ମନାଯାଏ। ଏହି ଅବସରରେ ଚାଷୀମାନେ ଭଲ ଫସଲ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ପରିବାର ସଦସ୍ୟମାନେ ମଧ୍ୟ ଏହି ପୂଜାରେ ସାମିଲ ହୋଇ ଉତ୍ସାହର ସହ ଏହି ପରମ୍ପରାକୁ ପାଳନ କରୁଛନ୍ତି।ଗ୍ରାମବାସି କହିଛନ୍ତି ଅଖିମୁଠି ଅନୁକୂଳ ଦ୍ୱାରା ଚାଷ କାମର ଶୁଭାରମ୍ଭ ହେଲେ ସାରା ବର୍ଷ ଭଲ ଫଳନ ମିଳେ ବୋଲି ଆଶା କରାଯାଏ। ଏହି ପରମ୍ପରାକୁ ନେଇ ଦେଖିବାକୁ ମିଳୁଛି ଭକ୍ତି ଓ ଉତ୍ସାହର ଅଦ୍ଭୁତ ମିଶ୍ରଣ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0