କେନ୍ଦ୍ରୀୟ ବିଦ୍ୟାଳୟ କାମାକ୍ଷାନଗରର ପ୍ରଥମ ବିଦ୍ୟାଳୟ ପରିଚାଳନା ସମିତି (VMC) ବୈଠକ ସଫଳତାର ସହ ଅନୁଷ୍ଠିତ,

କେନ୍ଦ୍ରୀୟ ବିଦ୍ୟାଳୟ କାମାକ୍ଷାନଗରର ପ୍ରଥମ ବିଦ୍ୟାଳୟ ପରିଚାଳନା ସମିତି (VMC) ବୈଠକ ସଫଳତାର ସହ ଅନୁଷ୍ଠିତ କାମାକ୍ଷାନଗର, ଜୁଲାଇ ୮: କେନ୍ଦ୍ରୀୟ ବିଦ୍ୟାଳୟ କାମାକ୍ଷାନଗରର ନବଗଠିତ ବିଦ୍ୟାଳୟ ପରିଚାଳନା ସମିତି (VMC)ର ପ୍ରଥମ ବୈଠକ ବୁଧବାର, ୮ ଜୁଲାଇ ୨୦୨୬ ତାରିଖ ସକାଳ ୧୧ଟାରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କାମାକ୍ଷାନଗରର ଉପଜିଲ୍ଲାପାଳ ତଥା ବିଦ୍ୟାଳୟ ପରିଚାଳନା ସମିତିର ମନୋନୀତ ସଭାପତି ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ପରେ ସଭାପତି ଓ ସମିତିର ସମ୍ମାନନୀୟ ସଦସ୍ୟମାନଙ୍କୁ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ସବୁଜ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ (ଭାରପ୍ରାପ୍ତ) ଶ୍ରୀ ପ୍ରହ୍ଲାଦ କୁମାର ମିଶ୍ର ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ସମସ୍ତ ସଦସ୍ୟଙ୍କ ପରିଚୟ ପ୍ରଦାନ କରିଥିଲେ। ଏହାପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (KVS) ମୁଖ୍ୟାଳୟଙ୍କ ପକ୍ଷରୁ ଜାରି ବିଦ୍ୟାଳୟ ପରିଚାଳନା ସମିତି ଗଠନ ସମ୍ବନ୍ଧୀୟ କାର୍ଯ୍ୟାଦେଶ ପାଠ କରାଯାଇଥିଲା ଏବଂ ସମିତିର ଗଠନ ଓ କାର୍ଯ୍ୟକାଳକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା। ବୈଠକରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନାମଲେଖା, ଭିତ୍ତିଭୂମି, କର୍ମଚାରୀ ସ୍ଥିତି, ଶିକ୍ଷାଦାନର ଅଗ୍ରଗତି, ପ୍ରଶାସନିକ ବ୍ୟବସ୍ଥା, ବିଦ୍ୟାଳୟର ରକ୍ଷଣାବେକ୍ଷଣ, ପ୍ରାପ୍ତ ଅର୍ଥରାଶି ଓ ବ୍ୟୟ, ଶିକ୍ଷା, ସହ-ଶିକ୍ଷା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଏବଂ ଭବିଷ୍ୟତ ବିକାଶମୂଳକ ପରିକଳ୍ପନା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସଭାପତି ଉପଜିଲ୍ଲାପାଳ ବିଦ୍ୟାଳୟର ସ୍ୱଳ୍ପ ସମୟ ମଧ୍ୟରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ପ୍ରଶଂସା କରିବା ସହ ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭବ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଆଶ୍ୱାସନ ଦେଇଥିଲେ। ଏହି ବୈଠକରେ ବିଶିଷ୍ଟ ଶିକ୍ଷାବିତ୍ ଡ଼. ରେଣୁକା ପଣ୍ଡା, ମହିଳା ଡିଗ୍ରୀ କଲେଜ, କାମାକ୍ଷାନଗରର ଅଧ୍ୟକ୍ଷା; ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଶ୍ରୀ ଦିନେଶ ଦାସ; କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡ଼. ଦିଗମ୍ବର ସାହୁ; କାମାକ୍ଷାନଗର ବ୍ଲକ ବିକାଶ ଅଧିକାରୀ ଡ଼. ପ୍ରଭୁ କଲ୍ୟାଣ ଦାସ (OAS); କାମାକ୍ଷାନଗର (R&B) ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ; ଶିକ୍ଷକ ପ୍ରତିନିଧି ଶ୍ରୀ ଭୋଳେଶ୍ୱର ବେହେରା; ଅଭିଭାବକ ପ୍ରତିନିଧି ଶ୍ରୀମତୀ ବ୍ରଜେଶ୍ୱରୀ ଦାସ ଓ ଶ୍ରୀ ଶ୍ରୀକୃଷ୍ଣ ପୃଷ୍ଟି ଉପସ୍ଥିତ ଥିଲେ। ପ୍ରଧାନାଚାର୍ଯ୍ୟ (ଭାରପ୍ରାପ୍ତ) ଶ୍ରୀ ପ୍ରହ୍ଲାଦ କୁମାର ମିଶ୍ର ସଦସ୍ୟ ସଚିବ ଭାବେ ବୈଠକ ପରିଚାଳନା କରିଥିଲେ। ସମସ୍ତ ସଦସ୍ୟ ବିଦ୍ୟାଳୟର ଶିକ୍ଷାଗତ ଉତ୍କର୍ଷ, ଭିତ୍ତିଭୂମିର ବିକାଶ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ମିଳିତ ଭାବେ କା ର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ। ଶେଷରେ ପ୍ରଧାନାଚାର୍ଯ୍ୟ ଧନ୍ୟବାଦ ଜ୍ଞାପନ କରି ସଭାର ସମାପ୍ତି ଘୋଷଣା କରିଥିଲେ। କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,

Jul 10, 2026 - 09:18
 0  4
କେନ୍ଦ୍ରୀୟ ବିଦ୍ୟାଳୟ କାମାକ୍ଷାନଗରର ପ୍ରଥମ ବିଦ୍ୟାଳୟ ପରିଚାଳନା ସମିତି (VMC) ବୈଠକ ସଫଳତାର ସହ ଅନୁଷ୍ଠିତ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0