କୋଶଳ ଉଚ୍ଚ ବିଦ୍ୟାଳୟ ସୋନପୁରରେ ପବିତ୍ର ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ |

କୋଶଳ ଉଚ୍ଚ ବିଦ୍ୟାଳୟ ସୋନପୁରରେ ପବିତ୍ର ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ | ସୁବର୍ଣ୍ଣପୁର ଜିଲ୍ଲା ପଟାଭାଡ଼ି ଠାରେ ଗଢି ଉଠିଥିବା ଆଧ୍ୟାତ୍ମିକ ଶିକ୍ଷାନୁଷ୍ଠାନ ରେ ପବିତ୍ର ରକ୍ଷାବନ୍ଧନ ଓ ସ୍ଵଭାବକବି ଗଙ୍ଗାଧର ମେହେର ଜୟନ୍ତୀ କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଅଛି | ଭାଇ ଭଉଣୀର ଅତୁଟ ସ୍ନେହ ସମ୍ପର୍କ ଉପରେ ଆଧାରିତ ପର୍ବ ହେଉଛି ରକ୍ଷାବନ୍ଧନ ପର୍ବ | ଏହି ପର୍ବରେ ଭଉଣୀମାନେ ଭାଇର ଶୁଭ ମନାସି ଭଗବାନଙ୍କ ପାଖରେ ପ୍ରାର୍ଥନା ପୂର୍ବକ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି | ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁରର ସୁନାମଧନ୍ୟା ଗୋପାଳଜୀ କୃପା ଲାଭ କରିଥିବା ଉପ ଜିଲ୍ଲପାଳ ଡ଼. ସୌମ୍ୟରୂପା ରଥ ଉପସ୍ଥିତ ରହି ଶିଶୁ ଶିକ୍ଷକଙ୍କୁ ଉତ୍ସାହିତ କରିଥିବା ସହ ରକ୍ଷାବନ୍ଧନ କାର୍ଯ୍ୟକ୍ରମର ବିଶେସ୍ୱତ୍ୱ କହିଥିଲେ | ଶ୍ରୀଯୁକ୍ତ ପିତାମ୍ବର ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେବା ସହିତ ସହ ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ସ୍ମିତାରାଣୀ ନାୟକ ମଞ୍ଚ ପରିଚାଳନା କରିବା ପୂର୍ବକ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ | ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପରମା ନାଏକ ସଭିଙ୍କ ଉଦ୍ଧେଶ୍ୟରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମ ପରେ ଭଉଣୀମାନେ ଭିଭିନ୍ନ ଅନୁଷ୍ଠାନ, ବ୍ୟାଙ୍କ, ଥାନା ପରିଚାଳନା ସମିତିର ସଦସ୍ୟମାନଙ୍କ ନିକଟକୁ ଯାଇ ରାକ୍ଷୀ ବାନ୍ଧିଥିଲେ | ସୁଦର୍ଶନ କୁମାର ସାହୁ :ଓମ ମିଡ଼ିଆ,

Aug 27, 2026 - 21:21
 0  4
କୋଶଳ ଉଚ୍ଚ ବିଦ୍ୟାଳୟ ସୋନପୁରରେ ପବିତ୍ର ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0