ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ କୁଂଥୁକୁଂଥୁ,
ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା,
କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ କୁଂଥୁକୁଂଥୁ, ଗିରଫ ଦାବିରେ,ଆସନ୍ତା ୨୮ ତାରିଖରେ ଥାନରେ ଧାରଣା,
ଦଶରଥପୁର,୨୫/୮(ଭାଗିରଥି ଜେନା :ଓମ ମିଡ଼ିଆ ) : ସାମ୍ବାଦିକ କୌଶିକ ଦାସଙ୍କୁ ଆକ୍ରମଣ ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ଦଶରଥପୁର ପୁଲିସ। କାହା ଚାପରେ ପୁଲିସ ଚେପା। ଜଣେ କାର୍ଯ୍ୟ ରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବାବେଳେ ପୁଲିସ କୁଂଥୁକୁଂଥୁ ହେବା ଦଶରଥପୁର ସାମ୍ବାଦିକ ସଙ୍ଗ ଘୋର ନିନ୍ଦା କରିଛି। ଏଣୁ ଆଜି ମଙ୍ଗଳପୁରସ୍ଥ ମହାଲକ୍ଷ୍ମୀ ମଣ୍ଡପ ଠାରେ ବ୍ଲକର ସମସ୍ତ ସାମ୍ବାଦିକ ଏକ ହୋଇଥିଲେ। ପୁଲିସର ଏଭଳି ଦାୟିତ୍ୱ ହୀନ କାର୍ଯ୍ୟକୁ ନାପସନ୍ଦ କରିବା ସହିତ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆସନ୍ତା ୨୮ ତାରିଖରେ ଦଶରଥପୁର ଥାନା ପରିସରରେ ଧାରଣାରେ ବସିବାକୁ ଲିଖିତ ଭାବେ ଅବଗତ କରାଯାଇଛି। ଯେ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଧାରଣା ହଟିବ ନାହିଁ ବୋଲି ମତ ପ୍ରକାଶ ପାଇଛି। ସୂଚନାଥାଉକି ଗତ ୨୨ ତାରିଖ ରାତିରେ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ୨ଜଣ ଯୁବକ ଆକ୍ରମଣ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଦଶରଥପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ମୁତାବକ ଦଶରଥପୁର ବ୍ଲକରେ ସକାଳ ଖବର କାଗଜର ବ୍ଲକ ପ୍ରତିନିଧି କୌଶିକ ଦାସ ଗତକାଲି ରାତି ପ୍ରାୟ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦଶରଥପୁର ଅଞ୍ଚଳର ବନ୍ୟା ବିପନ୍ନଙ୍କ ପାଇଁ ଟ୍ରକ ଯୋଗେ ଆସିଥିବା ରିଲିଫ ସାମଗ୍ରୀକୁ କିଛି ଦୁର୍ବୁର୍ତ୍ତ ଦଶରଥପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଗୋଦାମ ଘରେ ବେଆଇନ ଭାବେ ସାମଗ୍ରୀ ରଖାଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ନିଜ ବାଇକରେ ଘଟଣା ସ୍ଥଳରେ ପହଂଚି ନିଜ ମୋବାଇଲରେ ଫଟୋ ଉଠାଉଥିବା ସମୟରେ ସେଠାରେ ଉପସ୍ଥିତ ଦଶରଥପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସ ଏବଂ ତାଙ୍କ ସହଯୋଗୀ ବିରଜା ପ୍ରସାଦ ଦାସ ସାମ୍ବାଦିକ କୌଶିକ ଦାସଙ୍କ ଠାରୁ ମୋବାଇଲ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏହାର ପ୍ରତିରୋଧ କରିବାରୁ ଉଭୟ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା, ମାଡ଼ ମାରିବା, ହତ୍ୟା ଧମକ ଦେବା ସହିତ ତାଙ୍କ ସାର୍ଟ ପ୍ୟାକେଟରୁ ଟଙ୍କା ଛଡାଇ ନେଇଥିଲେ। ଆକ୍ରମଣରେ ଶ୍ରୀ ଦାସଙ୍କ ହାତ, ବେକ, ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।୨ଦୁର୍ବୁର୍ତ୍ତ ଶ୍ରୀ ଦାସଙ୍କୁ ଏଠାରୁ ଚୁପଚାପ ପଳାଇ ନଗଲେ ଜୀବନରୁ ମାରିଦେବା ସହ ତାଙ୍କ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାକୁ ଚେତାବନୀ ଦେଇଥିଲେ। ଜୀବନ ବଞ୍ଚାଇବାକୁ ସାମ୍ବାଦିକ ଶ୍ରୀ ଦାସ ସେଠାରୁ ପଳାଇ ଆସି କିଛି ସହଯୋଗୀ ସାମ୍ବାଦିକଙ୍କୁ ଘଟଣା ବିଷୟରେ ଜଣାଇବା ପରେ ୨ଜଣ ସାମ୍ବାଦିକ ତାଙ୍କୁ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଶ୍ରୀ ଦାସ ଦଶରଥପୁର ଥାନାରେ ପହଂଚି ଥାନାଧିକାରୀଙ୍କୁ ଘଟଣା ବିଷୟରେ ଜଣାଇବା ସହ ଆକ୍ରମଣରେ ସମ୍ପୃକ୍ତ ପୂର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସ ଓ ବିରଜା ପ୍ରସାଦ ଦାସଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦଶରଥପୁର ପୁଲିସ କେଶ ନଂ ୧୮୮/୨୬ ଓ ଭାରତୀୟ ନ୍ୟାୟ ସଂହିତା ୨୯୬, ୧୧୫(୨),୩୦୩(୨), ୩୫୧(୨),୩(୫) ଧାରାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜିର ବୈଠକରେ ମହେଶ୍ୱର ଯେନା, ପ୍ରତ୍ୟୁଷ ନାୟକ, ଚନ୍ଦ୍ରଶେଖର ସାହୁ, ମନୋଜ ଦାସ, ମାନସ କୁମାର ଜେନା,ପ୍ରକାଶ ସାହୁ,ମନୋଜ ପରିଡା, ଯତୀନ୍ଦ୍ରନାଥ କର, ସତ୍ୟଜିତ ସାମଲ ,ବିଶ୍ୱଭୂଷଣ ବିଶ୍ୱଳ, ମନୋଜ ପୃଷ୍ଟି, ସୁଶାନ୍ତ ବେହୁରିଆ, ସବ୍ୟସାଚୀ ଦାସ, ବିଶ୍ୱଜିତ ଦାସ, ଚିତ୍ତରଞ୍ଜନ ଦାସ, ଜ୍ୟୋତିରଞ୍ଜନ ମିଶ୍ର, ମନୋରଞ୍ଜନ ମଲିକ, ପ୍ରତାପ ମଲିକ, ସୀତାଂଶୁ ଶେଖର ଜେନା, ବିଜୟ ରାଉତ, ଦିଲ୍ଲୀପ ଦଳାଇ, ମାନସ ସାହୁ, ଭାଗିରଥି ଜେନା, ପ୍ରମୁଖ ଦଶରଥପୁର ଥାନାକୁ ଯାଇ ଥାନାଧିକାରୀ ସୁବ୍ରତ ସାହୁଙ୍କ ସହ ଆଲୋଚନା କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ତେବେ ଦଶରଥପୁର ପ୍ରେସ କ୍ଲବ ପକ୍ଷରୁ ଅଭିଯୁକ୍ତଙ୍କୁ ୪୮ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ପ୍ରେସ କ୍ଲବ ତରଫରୁ ଦଶରଥପୁର ଥାନା ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0