ଗମ୍ଭାରୀୟା ଚୋରା ବାଲି ଘାଟ ରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି
ବର୍ତ୍ତମାନର ସବୁଠାରୁ ଵଡ ଖବର କୋରେଇ ବ୍ଲକ ଅନ୍ତର୍ଗତ ବନ୍ଦାଳ ପଞ୍ଚାୟତ ଅଞ୍ଚଳରୁ… ବନ୍ଦାଳ ପଞ୍ଚାୟତର ଗମ୍ଭାରିଆ ଚୋରା ବାଲି ଘାଟରୁ ଆସୁଥିବା ବାଲି ବୋଝେଇ ଟ୍ରକ ଧକାରେ ଗମ୍ଭାରିଆ ଗ୍ରାମର ଭଗବାନ ରଥ ଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଏହି ମର୍ମାନ୍ତିକ ଦୁର୍ଘଟଣା ପରେ ଅଞ୍ଚଳବାସୀ ରାସ୍ତା ଉପରେ ମୃତଦେହ ରଖି ତୀବ୍ର ଆନ୍ଦୋଳନ ଆରମ୍ଭ କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ କୋରେଇ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତରେ ନେବାକୁ ଚେଷ୍ଟା କରିଛି। କିନ୍ତୁ ଏହା ସତ୍ତ୍ୱେ ସ୍ଥାନୀୟ ବାସିନ୍ଦା ଉତ୍ତେଜିତ ହୋଇ ପୋଲିସ୍ ସହ ଯାଜପୁର ଜିଲ୍ଲା ପ୍ରଶାସନ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଚୋରା ବାଲି ଚାଲାଣକୁ ନେଇ ପ୍ରଶାସନର ନିଷ୍କ୍ରିୟତା ଅଭିଯୋଗ କରି ଲୋକେ ଖୋଲାମେଲା ଗାଳିଗୁଲଜ କରିବା ସହ ଭବିଷ୍ୟତରେ ବଡ଼ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ପ୍ରଶ୍ନ ଉଠୁଛି ଚୋରା ବାଲି ଚାଲାଣ କେବେ ବନ୍ଦ ହେବ? ଆଉ କେତେ ଜୀବନ ଯିବା ପରେ ପ୍ରଶାସନ ଜାଗ୍ରତ ହେବ?କୋରେଇରୁ କୁନା ମହି ଙ୍କ ରିପୋର୍ଟ ଓମ ମିଡ଼ିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0