ଗାନ୍ଧୀ ଜୟନ୍ତି ପାଳନ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍ଘାଟନ ଓ ଶିଳାନ୍ୟାସ,,
ଗାନ୍ଧୀ ଜୟନ୍ତି ପାଳନ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍ଘାଟନ ଓ ଶିଳାନ୍ୟାସ ବଡ଼ଚଣା : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତ୍ୟେକ ବର୍ଷ ପରି ବଡଚଣା ଭାଜପା ପକ୍ଷରୁ ମହା ଆଡମ୍ବର ସହକାରେ ପାଳନ ହୋଇଥାଏ। ଏହି ଅବସରରେ ଆଜି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପାଳନ ପାଇଁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ନେଳିଆ ଛକ ଠାରୁ ବାହାରି ଚମ୍ପାପୁର ହାଟ ଗାନ୍ଧୀଙ୍କ ପ୍ରତିମୃତ୍ତି ନିକଟରେ ପହଞ୍ଚିଥିଲା। ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇ ସେଠାରେ ପହଞ୍ଚିଥିଲେ।ପ୍ରତିମୃତ୍ତିରେ ମାଲ୍ୟାର୍ପଣ ପରେ ଗ୍ରାମ୍ୟଉନ୍ନୟନ ବିଭାଗ ଓ ଜଳ ନିଷ୍କାସନ ବିଭାଗ ପକ୍ଷରୁ ନିର୍ମାଣାଧିନ ରାସ୍ତା,ନଦୀବନ୍ଧ ସୁଦୃଢିକରଣ ଓ ଏକ ସେତୁର ଶିଳାନ୍ୟାସ ବିଧାୟକ ଶ୍ରୀ ନାୟକଙ୍କ କରକମଳରେ ଅନୁଷ୍ଠିତ ।ଏହାପରେ ଜିଲ୍ଲା ଭାଜପା ସମ୍ପାଦକ ବିକାଶ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ନାୟକ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଅହିଂସା,ସତ୍ୟ,ନୀତି ଓ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ବଡଚଣାର ବିଭିନ୍ନ ସ୍ଥାନରେ ବିକାଶର ନୂଆ ଅଧ୍ୟାୟ ଯୋଡି ହେଉଥିବା ବେଳେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିରୋଧି ଯେତେ ଅପପ୍ରଚାର କଲେବି ବଡଚଣା ବିକାଶ ରଥକୁ ରୋକି ପାରିବେ ନାହିଁ କି ଭାରତୀୟ ଜନତାପାଟିର୍ର ଲୋକପ୍ରିୟତାକୁ ସାଧାରଣ ଲୋକଙ୍କ ଭଲ ପାଇବା ଦୂରେଇ ପାରିବେନି।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ସଭ୍ୟ ଅରବିନ୍ଦ ସାମଲ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ନିରଞ୍ଜନ ସେନାପତି, ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ,ନିଳମଣୀ ରାଉତ, ଦିପକ ସାହୁ,ରଞନ ସାହୁ,ସାଂସଦ ଙ୍କ ପ୍ରତିନିଧି ରବୀନ୍ଦ୍ର ରାଉତ,ପାଞ୍ଚଟି ମଣ୍ଡଳର ସଭାପତି,ଚମ୍ପାପୁର ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ଓ ବହୁ ସଂଖ୍ୟାରେ ଜନସାଧାରଣ ମାନେ ଉପସ୍ଥିତ ଥିଲେ। ପରିଶେଷରେ ଛତିଆ ମଣ୍ଡଳ ସଭାପତି ବିଶ୍ୱଜିତ ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶାନ୍ତ କୁମାର ବେହେରା :ଓମ ମିଡ଼ିଆ,,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0