ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା କାର୍ଯ୍ୟ ନିମ୍ନମାନ ର ହେଉଥିବା ସାଧାରଣରେ ଅଭିଯୋଗ,,

ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା କାର୍ଯ୍ୟ ନିମ୍ନମାନ ର ହେଉଥିବା ସାଧାରଣରେ ଅଭିଯୋଗ କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ର ଜୟପୁରା କାଟେଣୀ ଗ୍ରାମ ମଧ୍ୟରେ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ଓ ଡ୍ରେନ ନିମ୍ନମାନର କରିଥିବାର ଅଭିଯୋଗ ହୋଇଛି l ଜାତୀୟ ରାଜପଥ ର ସିଆରିମାଳିଆ ଠାରୁ ଜୟପୁରା କାଟେଣୀ ପର୍ଯ୍ୟନ୍ତ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ପକ୍ଷରୁ ରାସ୍ତା ଓ ଡ୍ରେନ ନିର୍ମାଣ କରାଯାଉଛି l ଗ୍ରାମ ମଧ୍ୟରେ ନିର୍ମାଣ କରାଯାଇଥିବା କଂକ୍ରିଟ ରାସ୍ତା, ଡ୍ରେନ ନିମ୍ନ ମାନର ହୋଇଥିବା ବେଳେ ଏବେ ଡ୍ରେନ କାମ ନିମ୍ନମାନର ହୋଇଥିବା ଦେଖିବାକୁ ମିଳୁଛି l ଏହି ରାସ୍ତା, ଓ ଡ୍ରେନ ନିର୍ମାଣ ରେ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରହିଥିବାର ଏବେ ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି l ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ କ୍ରମରେ ସଠିକ ଭାବେ ରାସ୍ତା ନିର୍ମାଣ କରାଇବା ଉପରେ ଗୁରୁତ୍ୱ ଦେବା ସକାଶେ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି l କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,,

May 2, 2026 - 21:12
 0  3
ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା କାର୍ଯ୍ୟ ନିମ୍ନମାନ ର ହେଉଥିବା ସାଧାରଣରେ ଅଭିଯୋଗ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0