ଘଟିପିରି ଗ୍ରାମରେ ମା ବାନାଙ୍କ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ,,

ଘଟିପିରି ଗ୍ରାମରେ ମା ବାନାଙ୍କ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ । ଢେଙ୍କାନାଳ-୦୧/୦୪/ଓମ ମିଡ଼ିଆ : ରୂ ଦିଲ୍ଲୀପ କୁମାର ନାୟକ, ଓଡ଼ାପଡ଼ା ବ୍ଲକ ଘଟିପରି ଗ୍ରାମରେ ମା ବାନମ୍ବରୀଙ୍କ ହିଙ୍ଗୁଳା ଯାତ୍ରା ବେଶ୍ ଧୁମ୍ ଧାମର ସହିତ ଅନୁଷ୍ଠିତ ହୋଇଛି। କାହିଁ କେଉଁ କାଳରୁ ମାଙ୍କର ଏହି ଯାତ୍ରା ଚାଲି ଆସୁଥିଲେ ମଧ୍ୟ ଆଜିକୁ ପ୍ରାୟ ୪୬ ବର୍ଷ ଧରି ଗ୍ରାମବସୀଙ୍କ ସହ ଯୋଗରେ ମା ବାନାମ୍ୱରୀଙ୍କ ଯାତ୍ରା ବେଶ୍ ଧୁମ୍ ଧାମରେ ଏଠାରେ ପାଳିତ ହେଉଛି। ଆଜି ବୁଧବାର ଦିନ ୧୨ ଟା ୩୦ ମିନିଟ ସମୟରେ ପୂଜକ ଏହି ପୂଜା ବିଭିନ୍ନ ରୀତିନୀତିର ସହିତ ପୂଜାର୍ଚ୍ଚନା କରିବା ସହ କାଳେଶୀ ଉଭା ହୋଇ ଗ୍ରାମ ପରିକ୍ରମା କରି ଗ୍ରାମରେ ବିଭିନ୍ନ ଦେବାଦେବୀ ମାନଙ୍କୁ ପୂଜକ ପଣାଭୋଗ ଅର୍ପଣ କରନ୍ତି। ଏହି ଅବସରରେ ଗ୍ରାମରେ ବ୍ୟାଣ୍ଡ ବାଜା,ଲଉଡି ଖେଳ, ଭାଲୁ,ସିମ୍ପାଜି,ଠେକୁଆ ବିଭିନ୍ନ ରୂପ ସାଙ୍ଗକୁ ପାଟ ପଟୁଆର,ସାଂସ୍କୃତିକ ରଙ୍ଗାରଙ୍ଗ କର୍ଯ୍ୟକ୍ରମ ସହିତ ଗ୍ରାମରେ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ଯାତ୍ରା ଦୁଇଦିନ ଧରି ଚାଲିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି।

Apr 1, 2026 - 21:50
 0  5
ଘଟିପିରି ଗ୍ରାମରେ ମା ବାନାଙ୍କ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0