ଚାଲି ଗଲେ ବରିଷ୍ଠ ସ୍ବୟଂ ସେବକ ପବିତ୍ର ଭାଇ।
ଚାଲି ଗଲେ ବରିଷ୍ଠ ସ୍ବୟଂ ସେବକ ପବିତ୍ର ଭାଇ। ତା୦୧/୧୦/୨୦୨୬, ଗୁରୁବାର, ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଅନେକ ସ୍ୱୟଂସେବକଙ୍କୁ ନିର୍ମାଣ କରିଥିବା,ପ୍ରଚାରକ ରହି ସଂଘ କାର୍ଯ୍ୟକୁ ବୃଦ୍ଧି କରିଥିବା, କାର୍ଯ୍ୟକର୍ତ୍ତା ରହି ନିରନ୍ତର ମା ଭାରତୀର ଚରଣରେ ସମର୍ପିତ ଥିବା ସ୍ୱୟଂସେବକ ପବିତ୍ର ମୋହନ ଦାସ ଓରଫ ପବିତ୍ର ଭାଇ। ଯୁବ ସୁଲଭ ଚଳଚଞ୍ଚଳ ଶାରୀରିକ, ବୌଦ୍ଧିକ, ଘୋଷ ସବୁଥିରେ ପାରଙ୍ଗମ।ଢେଙ୍କାନାଳ ଜିଲ୍ଲାର ରାଷ୍ଟ୍ରୀୟ ସୟଂ ସେବକ ସଂଘ(RSS)ର ପୂର୍ବତନ ପ୍ରଚାରକ ତଥା ହିନ୍ଦୋଳ ଖଣ୍ଡର ପାଳକ ପବିତ୍ର ମୋହନ ଦାଶ ଭାଇ ଇହଲୀଳା ସମ୍ବରଣ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗ ର ଚିକିତ୍ସା ହେଉଥିଲେ ଆଜି ତା୦୧/୧୦/୨୦୨୬ରିଖ ପ୍ରାୟ ଦିନ 10 ଟା ସମୟ ରେ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲ ରେ ଭେଣ୍ଟିଲେଟର ରେ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ଦେହାନ୍ତ ହୋଇଛି।ସେ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ପରୋପକାରୀ ,ପ୍ରଖର ହିନ୍ଦୁବାଦୀ,ଦେଶପ୍ରେମୀ ଥିଲେ। ଭାଇଙ୍କର ଏହି ଅକାଳ ବିୟୋଗରେ ସଂଘୀୟ ପରିବାର ବର୍ଗ କୁ ଗଭୀର ଆଘାତ ଦେଇଛି।ଯାହାଙ୍କର ସ୍ଥାନ ହିନ୍ଦୋଳ ତଥି ସାରା ଓଡିଶା ପ୍ରଦେଶ ପାଇଁ ଅପୂରଣୀୟ ହୋଇ ରହିଯିବ।ଗଭୀର ଭାବପୂର୍ଣ୍ଣ ଶ୍ରଦ୍ଧାନ୍ଜଳୀ ଜ୍ଞାପନ କରିବା ସହିତ ଭଗବାନଙ୍କ ନିକଟରେ ପ୍ରାର୍ଥନା ଭାଇଙ୍କର ଅମର ଆତ୍ମାର ସଦଗତି ହେଉ, ସ୍ୱର୍ଗ ରେ ବାସ ମିଳୁ।ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ୍ ସହାୟ ହୁଅନ୍ତୁ 🙏🙏 ଜୟ ଶ୍ରୀ ରାମ।🙏 ଓମ୍ ଶାନ୍ତି 🙏 ଜୟ ମା ମା ଭାରତୀଙ୍କ ନିକଟରେ ପ୍ରାର୍ଥନା।🙏 ହେ ଜନନୀ ଚରଣ ତଳେ ତୋର ଜୀବନକୁ କଲି ଅର୍ପଣ ଅର୍ପଣ ବୋଲି କହିବି କିପରି ଏ ପରାଣ ପରା ତୋର ଦାନ.... ହେ ଜନନୀ.......🌺 ଓଁ ଶାନ୍ତି 🙏
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0