ଜମି ଜମାକୁ କେନ୍ଦ୍ର କରି ଗଣ୍ଡକୁଳ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି,,

ଜମି ଜମାକୁ କେନ୍ଦ୍ର କରି ଗଣ୍ଡକୁଳ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି,, ବିଞ୍ଝାରପୁର /୨୮/୦୫(ଓମ ମିଡ଼ିଆ :ବିଜୟ କୁମାର ବାରିକ ) ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମାଲକ୍ଷ୍ମୀ ଅଭୟ,ଲକ୍ଷ୍ମୀ ନୃସିଂଘ ନାଥ ମଠ ରେ ମଠାରୀ ଙ୍କ ପରିବାରଙ୍କୁ ଜମି ଯୁମା କୁ କେନ୍ଦ୍ର କରି ମରଣାତ୍ମ ଆକ୍ରମଣ ଘଟଣା ଗଣ୍ଡକୁଳ ଗାଁରେ ଜମି ବିବାଦକୁ ନେଇ ରକ୍ତରଞ୍ଜିତ ଘଟଣା ! ପାଞ୍ଚ ଜଣଙ୍କ ଆକ୍ରମଣରେ ଜଣେ ଗୁରୁତର, ହସ୍ପିଟାଲରେ ଚିକିତ୍ସାଧୀନ… ପ୍ରଶାସନ କେଉଁଠି? ବିଞ୍ଜାପୁର ନିର୍ବାଚନ ମଣ୍ଡଳର ଗଣ୍ଡକୁଳ ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ଘଟିଛି ଏକ ଚମକଦାର ଘଟଣା। ସୂଚନା ଅନୁସାରେ, ଜମିକୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଥିବା ବେଳେ ଆଜି ପରିସ୍ଥିତି ହଠାତ୍ ଉତ୍ତେଜନାକର ରୂପ ନେଇଥିଲା। ଅଭିଯୋଗ ଅନୁଯାୟୀ, ପାଞ୍ଚ ଜଣ ମିଶି ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ। ଗୁରୁତର ଆହତ ଅବସ୍ଥାରେ ସେଠାରୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି। ଗାଁରେ ଏହି ଘଟଣା ପରେ ଭୟ ଓ ତଣାତଣିର ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ପ୍ରଶ୍ନ — ଏତେ ବଡ଼ ଘଟଣା ଘଟୁଥିବା ସମୟରେ ପ୍ରଶାସନ କଣ କରୁଥିଲା? ପୂର୍ବରୁ ଅଭିଯୋଗ ଥିଲେ ମଧ୍ୟ କାହିଁକି କୌଣସି କଡ଼ା ପଦକ୍ଷେପ ନିଆଯାଇନି? ଏବେ ସମସ୍ତଙ୍କ ନ ନଜର ପୋଲିସ ଓ ପ୍ରଶାସନ ଉପରେ। ଦୋଷୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ଆଗାମୀ ଦିନକୁ ଅପେକ୍ଷା,,

May 28, 2026 - 22:45
May 28, 2026 - 22:55
 0  70
ଜମି ଜମାକୁ କେନ୍ଦ୍ର କରି ଗଣ୍ଡକୁଳ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 1