ତନ୍ତିମୁଣ୍ଡା ଖ ଆଶ୍ରମ ବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ,

ତନ୍ତିମୁଣ୍ଡା ଖ ଆଶ୍ରମ ବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କାମାକ୍ଷାନଗର - କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ତନ୍ତିମୁଣ୍ଡା ଖା ଆଶ୍ରମ ବିଦ୍ୟାଳୟରେ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ। ସେହିପରି ବିଶ୍ୱ ଯୁବ କେନ୍ଦ୍ରର କର୍ମଚାରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ଶିଶୁ ବିବାହ, ଶିଶୁ ଶ୍ରମ ଓ ଶିଶୁ ଚାଲାଣ ଭଳି ସାମାଜିକ ସମସ୍ୟାର କୁପରିଣାମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶିଶୁ ବିବାହ କିପରି ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ପ୍ରଭାବିତ କରିଥାଏ, ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଦିଆଯାଇଥିଲା। ସେହିପରି ଶିଶୁ ଅଧିକାର ଓ ଶିଶୁ ନିର୍ଯାତନା ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ସଚେତନ କରାଯାଇଥିଲା। ପ୍ରତ୍ୟେକ ଶିଶୁର ଶିକ୍ଷା, ସୁରକ୍ଷା, ସୁସ୍ଥ ଜୀବନ ଏବଂ ନିର୍ଯାତନାମୁକ୍ତ ପରିବେଶରେ ବଞ୍ଚିବାର ଅଧିକାର ରହିଛି ବୋଲି ଅବଗତ କରାଯାଇଥିଲା। ଶିଶୁମାନେ କୌଣସି ପ୍ରକାରର ନିର୍ଯାତନା, ଶିଶୁ ଶ୍ରମ କିମ୍ବା ଶିଶୁ ଚାଲାଣର ଶିକାର ହେଲେ ନିରବ ନରହି ନିଜର ଶିକ୍ଷକ, ଅଭିଭାବକ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ମଧ୍ୟରେ ନିଜ ଅଧିକାର, ସୁରକ୍ଷା ଓ ଦାୟିତ୍ୱ ପ୍ରତି ସଚେତନତା ସୃଷ୍ଟି କରାଯାଇଥିଲା। ଶିଶୁ ବିବାହ, ଶିଶୁ ଶ୍ରମ, ଶିଶୁ ଚାଲାଣ ଓ ଶିଶୁ ନିର୍ଯାତନା ମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସ ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। ଦିଲ୍ଲୀପ କୁମାର ନାୟକ, ଓମ ମିଡ଼ିଆ,

Sep 9, 2026 - 20:41
 0  6
ତନ୍ତିମୁଣ୍ଡା ଖ ଆଶ୍ରମ ବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0