ଦନ୍ତା ହାତୀ ଆକ୍ରମଣରେ ଚାଷୀ ମୃତ୍ୟୁ।
ଦନ୍ତା ହାତୀ ଆକ୍ରମଣରେ ଚାଷୀ ମୃତ୍ୟୁ। ତା୨୯/୦୯/୨୦୨୬,ମଙ୍ଗଳବାର। କାମାକ୍ଷାନଗର : ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଭୂଦାନ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ମୃତ ଚାଷୀ ଜଣକ ପରଜଙ୍ଗ ଥାନା ସାନ୍ଦା କେନ୍ଦୁପଶି ଗାଁର ବୁଲା ମହାରଣା ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ,ଆଜି ଚାଷ ଜମିକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନା ଭର୍ତ୍ତି କରାଯାଇ ଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।ସୂଚନାଯୋଗ୍ୟ,କାମାକ୍ଷାନଗର ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ବିଚରଣ କରୁଥିବାରୁ ଚାଷୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0