ପଦଯାତ୍ରା ପାଇଁ ହିନ୍ଦୋଳ ବିଜେଡିର ପ୍ରସ୍ତୁତି ବୈଠକ।

ପଦଯାତ୍ରା ପାଇଁ ହିନ୍ଦୋଳ ବିଜେଡିର ପ୍ରସ୍ତୁତି ବୈଠକ। ତା୦୧/୧୦/୨୦୨୬, ଗୁରୁବାର, ସାତ ମାଇଲ, ହିନ୍ଦୋଳ, ଢେ଼ଙ୍କାନାଳ ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଜୁ ଜନତା ଦଳ ସାରା ରାଜ୍ୟରେ ଗାନ୍ଧୀ ଜୟନ୍ତୀ ଅକ୍ଟୋବର ଦୁଇ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା କରିବାପାଇଁ ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ ହିନ୍ଦୋଳ ବିଜେଡି ସଭାପତି ଦେବୀ ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ବରେ ତଥା ସୁବାଷ ସାହୁଙ୍କ ସଭାପତିତ୍ୱରେ ସତମାଇଲ ସ୍ଥିତ ବିଜୁ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏକ ମାସ ଧରି ଚାଲିବାକୁ ଥିବା ଉକ୍ତ ଜନସଂପର୍କ ପଦଯାତ୍ରା ପାଇଁ ସମସ୍ତ ପଞ୍ଚାୟତରୁ ଆସିଥିବା ପ୍ରମୁଖ କାର୍ଯ୍ୟକର୍ତ୍ତା ସୁଚିନ୍ତିତ ମତଦାନ କରିଥିଲେ। ଅକ୍ଟୋବର ୨ ତାରିଖ ଦିନ ହିନ୍ଦୋଳ ଏନଏସିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଛି। ଉକ୍ତ କାର୍ଯକ୍ରମରେ ଓଡ଼ାପଡ଼ା ବ୍ଲକ୍ ବିଜେଡି ସଭାପତି ଯତି ନାୟକ , ରାଜ୍ୟ ବିଜେଡି ସାଧାରଣ ସଂପାଦିକା ମମତା ସାହୁ, ରାଜ୍ୟ ସଂଖ୍ୟା ଲଘୁ ସାଧାରଣ ସମ୍ପାଦକ ମହମ୍ମଦ ଏବ୍ରାର ଖାନ୍, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଚକ୍ରଧର ଦାସ, ସଂଯୁକ୍ତା ବେହେରା, ପ୍ରଶାନ୍ତ ଦାସ, ଏନଏସି ବିଜେଡି ସଭାପତି ପ୍ରଦ୍ୟୁମ୍ନ ବେହେରା, ହିନ୍ଦୋଳ ବିଜେଡି ଉପସଭାପତି ସତ୍ୟାନନ୍ଦ ସାହୁ, ବରିଷ୍ଠ ବିଜେଡି ନେତା ହେମନ୍ତ ସାହୁ, ନିରଞ୍ଜନ ସାମଲ, ହାପି ଗଡ଼ନାୟକ, ଜିତେନ୍ଦ୍ର ସର , କିଷାନ୍ ପଟ୍ଟନାୟକ , ପପୁ ସାହୁ, ସୁଶାନ୍ତ ବେହେରା,ମାନସ ସାମଲଙ୍କ ସହ ହିନ୍ଦୋଳ ବିଜେଡିର ସମସ୍ତ ପଦାଧିକାରୀ ଏବଂ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଶେଷରେ ରାଜ୍ୟ ପରିଷଦ ସଦସ୍ୟ ଅଶୋକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Oct 1, 2026 - 21:42
 0  35
ପଦଯାତ୍ରା ପାଇଁ ହିନ୍ଦୋଳ ବିଜେଡିର ପ୍ରସ୍ତୁତି ବୈଠକ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0