ପ୍ରେମ ବ୍ୟାପରକୁ ନେଇ ହତ୍ୟାକାଣ୍ଡ, ଦୁଈ ଅଭିଯୁକ୍ତ ଗିରଫ
ପ୍ରେମ ବ୍ୟାପରକୁ ନେଇ ହତ୍ୟାକାଣ୍ଡ ,ଦୁଇ ଅଭିଯୁକ୍ତ ଗିରଫ
କଙ୍କଡାହାଡ଼-
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କନ୍ଧରା- ଉର୍ବେଙ୍ଗି ରାସ୍ତାରେ କନ୍ଧରା ଗ୍ରାମ ନିକଟସ୍ଥ ଏକ କଲଭର୍ଟ ତଳୁ ଜଣେ ଯୁବକଙ୍କ ମୃତ ଦେହ ୧୦ ତାରିଖ ମଙ୍ଗଳବାର ଦିନ ଉଦ୍ଧାର ହୋଇଥିଲା ।ପାରିପାର୍ଶ୍ବିକ ପରିସ୍ଥିତିରୁ ତାଙ୍କୁ ହତ୍ୟାକାରୀ ଫିଙ୍ଗି ଦିଆଯାଇଥିବା ଜଣାପଡିଥିଲା ।ମୃତକ ଜଣଙ୍କ କେରଯୋଳି ପଞ୍ଚାୟତ ରୋଡ଼ଙ୍ଗ ଗ୍ରାମ କେନ୍ଦୁମୁଣ୍ଡା ଗାଁର ରାଜେଶ ବାରିକ(୨୨) ବୋଲି ଜଣା ପଡିଥିଲା , କଲଭର୍ଟ ତଳେ ତାଙ୍କ ମୃତ ଦେହ ପଡିଥିବା ତାଙ୍କ ମୁଣ୍ଡ ଓ ମୁହଁକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିଲାଏହି ଲୋମ ହର୍ଷଣ କାରୀ ହତ୍ୟାକାଣ୍ଡ ଅଞ୍ଚଳରେ ଚାଂଚଲ୍ୟ ଖେଳି ଯାଇଥିଲା ।କଙ୍କଡାହାଡ଼ ପୋଲିସ ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ସହ ନେଇ ଏକ ସ୍ତତନ୍ତ୍ର ଦଳ ଗଠନ କରି ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ।ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ନେଇ ମୁଖ୍ୟ ଅଭିଯୁକ୍ତ ପୋଲିସ ଆଗରେ ଗୋଟି ଗୋଟି କରି ବଖାଣିଛି ।ମୃତକ ରାଜେଶ ବାରିକ ଓ ମୁଖ୍ୟ ଅଭିଯୁକ୍ତ କାଳିଆ ଉରଫ ଗୋବିନ୍ଦ ଚରଣ ମହାନ୍ତ(୨୩) ଉଭୟ ଜଣେ ଯୁବତୀଙ୍କୁ ପ୍ରେମ କରୁଥିବା ନେଇ ମୁଖ୍ୟ ଅଭିଯୁକ୍ତ ପୋଲିସ ଆଗରେ ବୟାନ ଦେଇଛି, ରାଜେଶ ବାରିକ ତାଳଚେର ସ୍ଥିତ ଏକ ସେଲୁନରେ କାମ କରୁଥିଲେ ।ସୋମବାର ଦିନ ମାଧମୁଣ୍ଡା ଗାଁର ଗୋବିନ୍ଦ ଚରଣ ମହାନ୍ତ(୨୨),ବାଇଗଣପାଳ ଗାଁର ସଞ୍ଜୟ ମହାନ୍ତ(୨୩),ମୃତକ କେନ୍ଦୁମୁଣ୍ଡା ଗାଁର ରାଜେଶ ବାରିକ(୨୨) ଏକ ବିବାହ କାର୍ଯ୍ୟକ୍ରମକୁ କାଲବୁଦ୍ଧିଆ ଆସିଥିଲେ ,ପୂର୍ଵ ଯୋଜନା ଅନୁସାରେ ୩ ଜଣ କାଲବୁଦ୍ଧିଆ ଗାଁକୁ ଯାଇଥିଲେ , ଗାଁ ଠାରୁ କିଛି ଦୂରରେ କନ୍ଧରା ଗ୍ରାମ ସ୍ଥିତ ଏକ କଲଭର୍ଟ ପାଖରେ ରହି ମଦ୍ୟପାନ କରି ଥିଲେ,ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କହିବା ମୁତାବକ ସେ ଯେଉଁ ଝିଅକୁ ପ୍ରେମ କରୁଥିଲା ସେହି ଝିଅକୁ ଅନେକ ସମୟରେ ମୃତକ ରାଜେଶ ହଇରାଣ ହରକତ କରୁଥିବା ନେଇ ପ୍ରେମିକା ଗୋବିନ୍ଦକୁ ଅନେକ ଥର କହିଥିଲା ଏହା ଭିତରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।ଗୋବିନ୍ଦ ସାଙ୍ଗରେ ଆଣିଥିବା ବ୍ୟାଟରେ ରାଜେଶକୁ ଆକ୍ରମଣ କରିଥିଲା ।ଘଟଣା ସ୍ଥଳରେ ଆକ୍ରମଣ କରି ଦୁଇ ଅଭିଯୁକ୍ତ ଫେରାର ହୋଇଥିଲେ ।ସୋମବାର ରାତିରେ ଘଟଣା ଘଟିଥିଲା ବେଳେ ପୋଲିସ ମଙ୍ଗଳବାର ଦିନ ସୂଚନା ପାଇ ତୁରନ୍ତ କାମାକ୍ଷାନଗର ଏସ୍ଡିପିଓ ରଜନୀକାନ୍ତ ସାମଲ,କଙ୍କଡାହାଡ଼ ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ବିଭିନ୍ନ ଜାଗାରେ ଛାନଭିନ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା , ସିନ ରି କ୍ରିଏସନ କରିବା ରେ ଆଜି ଉଭୟ ଅଭିଯୁକ୍ତକୁ କାମାକ୍ଷାନଗର ଅଦାଲତ ପଠା ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ଘଟିଛି। ହତ୍ୟା ହୋଇଥିବା ସମୟରେ ବ୍ୟବହାର ହୋଇଥିବା ବ୍ୟାଟ ପୋଲିସକୁ ଦେଇଥିଲା। ସଂକ୍ରାନ୍ତରେ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ଘଟିଛି ।ଉଭୟ ଅଭିଯୁକ୍ତକୁ ଗିରଫ କରାଯାଇ ଅଦାଲତ ଚାଲଣ କରାଯାଇଛି । ଅଦାଲତ ଚାଲଣ କରାଯାଇଛି ।
କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ସ୍ୱତନ୍ତ୍ର ରିପୋର୍ଟ ଓମ ମିଡ଼ିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0