ବଡଚଣା ବ୍ଲକ ରେ ଏ-୧ପାଇଥିବା ୬ ଜଣ ଛାତ୍ର ଛାତ୍ରୀ ଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ।
ବଡଚଣା ବ୍ଲକ ରେ ଏ-୧ପାଇଥିବା ୬ ଜଣ ଛାତ୍ର ଛାତ୍ରୀ ଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ।
ବଡ଼ଚଣା :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ର ୬୨ଟି ବିଦ୍ୟାଳୟ ରେ ୩୧୬୩ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୦୦୫ଜଣ କୃତ କାର୍ଯ୍ୟ ହୋଇଛନ୍ତି। ପାସ ହାର ୯୬ଶତ କଡ଼ା। ଏମାନଙ୍କ ମଧ୍ୟରୁ ୬ଜଣ ଛାତ୍ର ଛାତ୍ରୀ ଏ -୧ ଗ୍ରେଡ୍ ପାଇ ବଡଚଣା ବ୍ଲକ ପାଇଁ ଗର୍ବ ଓ ଗୌରବ ଆଣି ଛନ୍ତି। ସିଦ୍ଧ ମହାପୁରୁଷ ଉଚ୍ଚ ବିଦ୍ୟାଳୟ ଭରତପୁର ର ଛାତ୍ରୀ ଜ୍ୟୋତ୍ସା ମୟୀ ସାହୁ ସର୍ବାଧିକ ୫୪୯ ନମ୍ବର ରଖି ବ୍ଲକରେ ଟପ୍ପର ହୋଇଥିବା ବେଳେ ଚାରିନଙ୍ଗଳ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ରୋସ୍ନି ଫିର୍ଦୋସ ୫୪୨ନମ୍ବର, ବାଲିଚନ୍ଦ୍ର ପୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତନୁଶ୍ରୀ ବଳ ୫୪୦, ନେତାଜୀ ଉଚ୍ଚ ବିଦ୍ୟାଳୟ କାଇମାଟିଆ ର ଛାତ୍ରୀ ତନ୍ମୟୀ ସାହୁ ୫୪୦, କସ୍ତୁରୀ ରାଉତ ୫୪୦, ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ର ରାହୁଲ କୁମାର ସାହୁ ୫୪୦ନମ୍ବର ରଖି ଏ -୧ ଗ୍ରେଡ଼ ପାଇ ଛନ୍ତି। ଏହି ଉପଲକ୍ଷେ ଆଜି ବଡଚଣା ବ୍ଳକ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।ବଡଚଣା ବ୍ଲକ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର କୁମାର ନାୟକ ଯୋଗଦେଇ ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ବିଦ୍ୟାଳୟ ଗୁଡ଼ିକର ଭିତ୍ତି ଭୂମି ସଜାଡ଼ିବା ସହିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ କରିବା ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବଡଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ,ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚିନ୍ଦ୍ର ପ୍ରସାଦ ନାୟକ,ବିଡ଼ିଓ ରବିନ୍ଦ୍ର କୁମାର ପ୍ରଧାନ, ବଡ଼ଚଣା ସମିତି ସଂଘ ର ସଭାପତି ମଧୁସୂଦନ ବଳ,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ରତିକାନ୍ତ ସାମଲ, ଆର୍ତ୍ତ ତ୍ରାଣ ପୃଷ୍ଟି,ବ୍ଲକ ଓଷ୍ଟାର ସଂପାଦକ ସତ୍ୟବାଦୀ ପଣ୍ଡା,ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନ୍ତୋଷ କୁମାର ଜେନା,ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ଥିଲେ ପରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ବଡ଼ଚଣା ରୁ ସୁଶାନ୍ତ କୁମାର ବେହେରା ଙ୍କ ରିପୋର୍ଟ ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0