ବଡ଼ଚଣା ବିଧାୟକ ଙ୍କ ଦ୍ଵାରା ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭ ଶିଳାନ୍ୟାସ,,
ବଡ଼ଚଣା ବିଧାୟକ ଙ୍କ ଦ୍ଵାରା ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭ ଶିଳାନ୍ୟାସ
ବଡ଼ଚଣା ନିର୍ବାଚନ ମଣ୍ଡଳୀ ରେ କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ ପକ୍ଷରୁ ଚାରୋଟି ବିଦ୍ୟାଳୟ କୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ରେ ସାମିଲ କରାଯାଇଥିବା ବେଳେ,ପ୍ରଥମ ପର୍ଯ୍ୟାୟ ରେ ଭରତପୁର ହାଇସ୍କୁଲ ର ଶିଳାନ୍ୟାସ ହୋଇଥିଲା,ଆଜି ଦ୍ୱିତୀୟ ପର୍ଯ୍ୟାୟ ରେ ବଡ଼ଚଣା ର ମାନ୍ୟବର ବିଧାୟକ ଅମର କୁମାର ନାୟକଙ୍କ ଦ୍ଵାରା ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ,ବିଶେଶ୍ୱର ଉଚ୍ଚ ବିଦ୍ୟାଳୟ ଚଣ୍ଡିତଳ ଓ କୋଲସାହି ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟର ଶୁଭ ଶିଳାନ୍ୟାସ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବଡ଼ଚଣା ଶିକ୍ଷାମଣ୍ଡଳ ଅଧିକାରୀଙ୍କ ସମେତ ତିନଟି ବିଦ୍ୟାଳୟର ପ୍ରଧାନ ଶିଖେୟତ୍ରୀ ଓ ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ,ଯାଜପୁର ଜିଲ୍ଲା ପରିଷଦ ଉପଧ୍ୟାକ୍ଷ ଗଣେଶ୍ୱର ବରାଳ,ଜିଲ୍ଲା ପରିଷଦ ସଭ୍ୟ ଯଚିନ୍ଦ୍ର ନାୟକ,ଚଣ୍ଡିତଳ ସରପଞ୍ଚ ସାଗରୀକା ଵିହାରୀ,ଛତିଆ ସରପଞ୍ଚ ରମେଶ ପୃଷ୍ଟି, ସମିତି ସଭ୍ୟ ଦୀପକ ସାହୁ,ଦର୍ପଣ ପଞ୍ଚାୟତ ସରପଞ୍ଚ ରଞ୍ଜନ ଦାସ,ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ,ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଓ ବହୁ ଜନ ସାଧାରଣ ମାନେ ଉପସ୍ଥିତ ଥିଲେ !ବଡ଼ଚଣାରୁ ସୁଶାନ୍ତ କୁମାର ବେହେରା ଙ୍କ ରିପୋର୍ଟ ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0