ବଡ଼ଚଣା ବ୍ଲକରେ ଲୋକଙ୍କ ଦ୍ୱାରା ଯୁବନେତା ଦୀପକ ସାହୁଙ୍କ ଗ୍ରହଣୀୟତା ଓ ଲୋକ ପ୍ରିୟତା ବଢ଼ିବାରେ ଲାଗିଛି।
ଚଣ୍ଡିଖୋଲ,୨୪।୦୯,2026.......................ବଡ଼ଚଣା ବ୍ଲକରେ ଲୋକଙ୍କ ଦ୍ୱାରା ଯୁବନେତା ଦୀପକ ସାହୁଙ୍କ ଗ୍ରହଣୀୟତା ଓ ଲୋକ ପ୍ରିୟତା ବଢ଼ିବାରେ ଲାଗିଛି। ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଯୁବ ନେତା ଦୀପକ ସାହୁଙ୍କ ସେବା,ଗରୀବ,ଅସହାୟ ଓ ନିଃସହାୟ ଲୋକଙ୍କ ଅସୁବିଧାର ସମୟରେ ସହଯୋଗର ହାତ ବଢ଼ାଇବା ଓ ତାଙ୍କ ପାଇଁ ଆଶା ବାଡି ସାଜିବା କାରଣରୁ ଦୈନନ୍ଦିନ ଜୀବନରେ ତାଙ୍କର ଲୋକପ୍ରିୟତା ବଢ଼ୁ ଥିବାର ସାଧାରଣରେ ଆଲୋଚନା ହେଉଛି। ଶ୍ରୀ ସାହୁ ତାଙ୍କ ଛାତ୍ର ଜୀବନ ପରେ ସଧାରଣ ଲୋକ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ସେ ସିଂହାସନ ଟ୍ରଷ୍ଟ କରି ନିଜେ ସଭାପତି ଭାବରେ ଦାଇତ୍ୱ ତୁଲାଉଛନ୍ତି ବୋଲି ଆଲୋଚନା ହେଉଛି। ଲୋକମାନଙ୍କ ସେବା କାର୍ଯ୍ୟ ପାଇଁ ବଡ଼ଚଣା, ଖଇରା, ବନ୍ଦାଳୋ, ଛତିଆ, ଚମ୍ପାପୁର, ନେଳିଆ ,ସୋଲର,, ରାଧାଦେଇପୁର, ମାଣ୍ଡୁକା ପଞ୍ଚାୟତ ସମେତ ୪୩ ଗୋଟି ପଞ୍ଚାୟତ ଅଧୀନରେ ଥିବା ଗ୍ରାମ ମାନଙ୍କରେ ବିଭିନ୍ନ ସାଂସ୍କୃତିକ, ସାମାଜିକ କାର୍ଯ୍ୟକ୍ରମରେ ପହଞ୍ଚି ସାଧାରଣ ଲୋକଙ୍କ ସହିତ ମିଶି ଆଲୋଚନା କରି ସମସ୍ୟା ସମ୍ପର୍କରେ ବୁଝି ତାହାର ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳୁଚି।ବଡ଼ଚଣା ରେ ଘଟୁଥିବା ବନ୍ୟା,ବାତ୍ୟା, ମରୁଡି ହେଇ ଅବା ଘରପୋଡି ସେ ପିଡିତ, ରୋଗ ଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ଚି ଆବଶ୍ୟକ ଅନୁସାରେ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ କୁଣ୍ଠାବୋଧ କରିନଥାନ୍ତି। ଏବେ ସେବାକୁ ନିଜର ବ୍ରତ ରୂପେ ଗ୍ରହଣ କରିଥିବାକୁ ତାଙ୍କର ଦିନକୁ ଦିନ ଲୋକସମ୍ପର୍କ ବୃଦ୍ଧି ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ତାଙ୍କ ସହିତ ବହୁ ସଂଖ୍ୟାରେ ଯୁବକ ମାନେ ଏଭଳି ଜନହିତକର କାର୍ଯ୍ୟ ରେ ସାମିଲ୍ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ସେବା କାର୍ଯ୍ୟରେ ଶେ ଯେଉଁଭଳି ଭାବରେ ନିଜକୁ ନିୟୋଜିତ କରି ଲୋକମାନଙ୍କ ପାଖରେ ଏକ ନୂତନ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେ ମଧ୍ୟ ଆଜି ନ ହେଲେ କାଲି କିଛି କରି ଦେଖାଇବେ ବୋଲି ସାଧାରଣରେ ଆଲୋଚନା ହେଉଛି। ରିପୋର୍ଟ ସୁଶାନ୍ତ କୁମାର ବେହେରା ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0