ବନ୍ୟାରେ ରିଲିଫ୍ ବାଣ୍ଟିଲେ ଭିନ୍ନ କ୍ଷମ ଶ୍ରୀକ୍ଷେତ୍ର ସାହୁ ,
ବନ୍ୟାରେ ରିଲିଫ୍ ବାଣ୍ଟିଲେ ଭିନ୍ନ କ୍ଷମ ଶ୍ରୀକ୍ଷେତ୍ର ସାହୁ , ବନ୍ୟା ଯୋଗୁଁ ଏବେ ବିଂଝାରପୁର ବ୍ଳକ୍ର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡିଛି। ବ୍ଲକ୍ର ହଳଦୀଡି଼ହ ପଞ୍ଚାୟତ ନାଉବାଙ୍କ ଠାରେ ଖରସ୍ରୋତାର ଶାଖା ନଦୀ ନୂଆମାହାରାରେ ଘାଇ ହେବାରୁ ବହୁ ଗାଁ ଏବେ ବି ଜଳବନ୍ଦି ଅବସ୍ଥାରେ ରହିଛି। ବନ୍ୟା ଘେରରେ ଥିବା ଅସହାୟଙ୍କ ପାଖରେ ସୁଖିଲା ଖାଦ୍ୟ ପହଞ୍ଚାଇଛନ୍ତି ଦିବ୍ୟାଙ୍ଗ ଶ୍ରୀ଼କ୍ଷେତ୍ର ସାହୁ । ବିଞ୍ଝାରପୁର ବ୍ଲକ ଆଉଁରୀ ପଞ୍ଚାୟତର ଆଉଁରୀ ଗ୍ରାମର ଶ୍ରୀକ୍ଷେତ୍ର ୮୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବାବେଳେ ୩୫୦୦ ଟଙ୍କା ସରକାର ଭତ୍ତା ପାଉଛନ୍ତି ଭତ୍ତା ଟଙ୍କାରୁ ସେ ବନ୍ୟା ପ୍ରଭାବିତ ମାଟିଆକଣ ଗାଁ ଗାଁ ବୁଲି ନିଜର ସାମର୍ଥ୍ୟ ଅନୁସାରେ ଶୁଖିଲା ଖାଦ୍ୟ, ପାଣି ବଣ୍ଟନ କରିଛନ୍ତି। ଏଥିସହିତ ବୁଲା ଷଣ୍ଢକୁ ମଧ୍ୟ ଖାଦ୍ୟ ବଣ୍ଟନ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ପୂର୍ବରୁ ମଧ୍ୟ କରୋନା ସମୟରେ ନିଜର ସାମର୍ଥ ଅନୁସାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସେ ସହାୟତା ପ୍ରଦାନ କରିଥିଲେ । ଯାଜପୁର ବିଂଝାରପୁର ରୁ ଉଦୟ ନାଥ ଜେନା ଙ୍କ ରିପୋର୍ଟ , ଓମ ମିଡିଆ ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0