ବରିଷ୍ଠ ସାମ୍ବାଦିକ'ଙ୍କର ମାତୃ ବିୟୋଗ।

ବରିଷ୍ଠ ସାମ୍ବାଦିକ'ଙ୍କର ମାତୃ ବିୟୋଗ। ତା୧୧/୦୯/୨୦୨୬ରିଖ, ଶୁକ୍ରବାର,ହିନ୍ଦୋଳ,ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ ମିଶ୍ର ଙ୍କ ମାତୃ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।ଖବରରୁ ପ୍ରକାଶ ହିନ୍ଦୋଳ ସାମ୍ବାଦିକ ସଙ୍ଘର ବରିଷ୍ଠ ସଦସ୍ୟ ତଥା ଦୈନିକ ଖବରକାଗଜ "ସମୟ"ର ସାମ୍ବାଦିକ ଦୁଷ୍ମନ୍ତ ମିଶ୍ରଙ୍କ ମାତା ସ୍ବର୍ଗତା ବିନୋଦିନୀ ମିଶ୍ର(୭୬) ଗତ କିଛିଦିନ ଧରି ଅସୁସ୍ଥତା ହେତୁ ଚିକିତ୍ସିତ ହେଉଥିଲେ। ମାତ୍ର ଗତକାଲି ଅସୁସ୍ଥତା ବଢ଼ିବାରୁ ତାଙ୍କୁ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଉଲ୍ଲେଖ ଯୋଗ୍ୟ ୧୫ପୂର୍ବରୁ ତାଙ୍କ ଝିଅଙ୍କର ଅକାଳ ବିୟୋଗ ଘଟିଥିବାବେଳେ ତାଙ୍କ ବିୟୋଗରେ ପରିବାରରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ବଡ଼ପୁଅ ବରିଷ୍ଠ ଆଇନଜୀବୀ(ପୂର୍ବତନ ସରକାରୀ ଓକିଲ) ସୁଶାନ୍ତ ମିଶ୍ର, ସାମ୍ବାଦିକ ଦୁଷ୍ମନ୍ତ ମିଶ୍ର, ଦୁଇ ବୋହୁ, ନାତି,ଜ୍ୱାଇଁ ଙ୍କ ସମେତ ପରିଜନ ଉପସ୍ଥିତ ଥିଲେ।ପୁରୀ ସ୍ୱର୍ଗ ଦ୍ୱାରରେ ଅନ୍ତ୍ୟେଷ୍ଟିକ୍ରିୟା ସମାପନ ହୋଇଥିବା ବେଳେ ସ୍ବର୍ଗତ ମିଶ୍ରଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତା ମିଶ୍ର ଜଣେ ପରୋପକାରୀ, ମିଷ୍ଠଭାଷୀ ଧର୍ମପରାୟଣା ମହିଳା ଥିବାବେଳେ ତାଙ୍କ ବିୟୋଗରେ ପୂର୍ବତନ ସାଂସଦ ମହେଶ ସାହୁ, ସମସ୍ତ ସାମ୍ବାଦିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି

Sep 11, 2026 - 20:02
 0  27
ବରିଷ୍ଠ ସାମ୍ବାଦିକ'ଙ୍କର ମାତୃ ବିୟୋଗ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0