ବରୁଣେଶ୍ୱର କ୍ଷେତ୍ରରେ ମେଲେଣ ଉତ୍ସବ

ପବିତ୍ର ଶୈବ ପିଠ ତଥା ଆରୋଗ୍ୟ ଦେବତା ବାବା ବରୁଣେଶ୍ଵରଙ୍କ ମେଲଣ ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ତା-୨୬ । ୨ । ୨୬ ରିଖ ଗୁରୁବାର ସନ୍ଧ୍ୟା ୬ ଘଟିକା ଠାରୁ ତା- ୨୭ । ୨ । ୨୬ ରିଖ ସକାଳ ୮ ଘଟିକା ପର୍ଯ୍ୟନ୍ତ ସଭାପତି ରାଜେନ୍ଦ୍ର କୁମାର ପ୍ରଧାନ ଓ ସଂପାଦକ ଶ୍ରୀଧର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ବରୁଣେଶ୍ଵର ମେଲଣ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ମେଲଣ ମହୋତ୍ସବରେ ବରୁଣେଶ୍ଵରଙ୍କ ମେଢ , ଷଢଙ୍ଗି ସାଇ , ଚଣ୍ଡିଗୋଳ , ଗଙ୍ଗାଧରପୁର-୧ , ଗଙ୍ଗାଧରପୁର-୨ ,ଉଡ୍ରଙ୍ଗ-ବ୍ରଜରାଜପୁର , ଘଣ୍ଟିଆଳି ଓ ବରହମପୁର ସମେତ ମୋଟ ୮ ଗୋଟି ରାଧା-କୃର୍ଷ୍ଣ ଯୁଗଳ ମୃର୍ତ୍ତୀ ପଇରଖ , ଗୋପାଳପୁର , ଅରେଇ ଓ ମଇନ୍ଦା ପଟୁ ବିଭିନ୍ନ ପ୍ରକାର ରୋଷଣି କରି ହଜାର ହଜାର ଭକ୍ତଙ୍କ ସମାଗମରେ ଲୀଳା ଖେଳା କରି ବରୁଣେଶ୍ଵର ଛକ ସ୍ଥିତ ହନୁମାନ ମନ୍ଦିର ନିକଟ ମେଲଣ ପଡିଆରେ ସ୍ଥିରିକୃତ ବିଜେ ସ୍ଥଳୀରେ ବିରାଜମାନ କରିଥିଲେ ।ଅଳକୁଣ୍ଡ ରୁ କୈଲାସ ମଲ୍ଲିକ ଙ୍କ ରିପୋର୍ଟ

Feb 27, 2026 - 17:48
 0  27

What's Your Reaction?

Like Like 2
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0