ବର୍ତମାନର ବଡ଼ ଖବର ବାଇକ୍ ଟ୍ରକ ମୁହାମୁହିଁ ଧକ୍କା ୨ଜଣ ମୃତ୍ୟୁ,,

— ବର୍ତମାନର ବଡ଼ ଖବର ବାଇକ୍ ଟ୍ରକ ମୁହାମୁହିଁ ଧକ୍କା ୨ଜଣ ମୃତ୍ୟୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ୧୬ନଂ ଜାତୀୟ ରାଜପଥର ଜାମୁଝାଡ଼ି ଛକ ନିକଟରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରୁ ଜଣେ ଖନ୍ତାପଡ଼ା ପ୍ରତାପପଡ଼ା ଅଞ୍ଚଳର ଗୋପବନ୍ଧୁ ବେହେରା ବୋଲି ପରିଚୟ ମିଳିଥିବା ବେଳେ, ଅନ୍ୟ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସୂଚନା ଅନୁଯାୟୀ, ଉଭୟେ ଏକ ବାଇକରେ ଘରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁହେଁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ସିମୁଳିଆ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ମୃତଦେହଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଅନ୍ୟପଟେ, ସନ୍ତୋଷ ଖଟୁଆ ସିମୁଳିଆ ଚିକିତ୍ସାଳୟରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିବା ସୂଚନା ମିଳିଛି। ପୋଲିସ୍ ପକ୍ଷରୁ ଘଟଣାର ସଠିକ କାରଣ ତଦନ୍ତ ହେଉଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ସିମୁଳିଆ ରୁ ସମିର ସାହୁଙ୍କ ରିପୋର୍ଟ ଓମ୍ ମିଡିଆ

Apr 23, 2026 - 21:07
 0  31
ବର୍ତମାନର ବଡ଼ ଖବର ବାଇକ୍ ଟ୍ରକ ମୁହାମୁହିଁ ଧକ୍କା ୨ଜଣ ମୃତ୍ୟୁ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0