ବିଦ୍ୟୁତ କମ୍ପାନୀର ମନମୁଖୁ କାର୍ଯ୍ୟରେ ପାନୀୟ ଜଳରୁ ବଞ୍ଚିତ ବସ୍ତିବାସିନ୍ଦା,,
ବିଦ୍ୟୁତ କମ୍ପାନୀର ମନମୁଖୁ କାର୍ଯ୍ୟରେ ପାନୀୟ ଜଳରୁ ବଞ୍ଚିତ ବସ୍ତିବାସିନ୍ଦା କାମାକ୍ଷାନଗର, କାମାକ୍ଷାନଗର ସହରର ଅନନ୍ତପୁର ବସ୍ତିର ମାଉସୀମା ଛକରୁ ରାମ ମନ୍ଦିର ପର୍ଯ୍ୟନ୍ତ ବସ୍ତିର ଲୋକମାନେ ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି l ମାଉସୀମା ଛକରୁ ରାମ ମନ୍ଦିର ମଧ୍ୟରେ ଟାଟା ପାୱାର କମ୍ପାନୀ ପକ୍ଷରୁ ଏକ ବିଦ୍ୟୁତ ଖୁଣ୍ଟ ପକାଯାଇଛି l ଏହି ବିଦ୍ୟୁତ ଖୁଣ୍ଟ ପଟିଲା ବେଳେ ଜନସ୍ୱାସ୍ଥ୍ୟ ବିଭାଗର କୌଣସି ଅନୁମତି ନେଇ ନାହାନ୍ତି l ଫଳରେ ପୋତାଯାଇଥିବା ଖୁଣ୍ଟ ତଳେ ଯାଇଥିବା ପାଇପ ଫାଟି ଯାଇଥିବାରୁ ବୁଧବାର ଠାରୁ ବସ୍ତିର ବାସିନ୍ଦାମାନେ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି l ବିଭାଗୀୟ ସାମନ୍ୱୟ ଅଭାବରୁ ବସ୍ତିର ବାସିନ୍ଦାମାନେ ଗ୍ରୀଷ୍ମ ସମୟରେ ପାନୀୟ ଜଳରୁ ବଞ୍ଚିତ ରହିଥିବାରୁ ବିଦ୍ୟୁତ କମ୍ପାନୀର ମନମାନୀ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି | କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ |
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0