ବିଧାୟକଙ୍କ ଦ୍ୱାରା ଦୁଇ ଗୋଟି ପ୍ରକଳ୍ପର ଶିଳାନ୍ୟାସ ,,
ବିଧାୟକଙ୍କ ଦ୍ୱାରା ଦୁଇ ଗୋଟି ପ୍ରକଳ୍ପର ଶିଳାନ୍ୟାସ
ଧର୍ମଶାଳା, ୨୬ । ୬( ) ଧର୍ମଶାଳା ବ୍ଳକର ଦୁଇଗୋଟି ସ୍ଥାନରେ ନୂତନ ରାସ୍ତା ନିର୍ମାଣ ପାଇଁ ଅଜି ଧର୍ମଶାଳା ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଛନ୍ତି । ଯାଜପୁର ୨ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାରିକ୍ଷେତ ହନୁମାନ ମନ୍ଦିର ଆରଡି ରାସ୍ତା ଠାରୁ କାଦୁଅ ମାଗୁରା ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ଲାଗି ୨ କୋଟି ୯୦ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ହେବାକୁଥିବା ରାସ୍ତାର ଶିଳନ୍ୟାସ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉଭୟ ସ୍ଥାନରେ ଆୟୋଜିତ ଶିଳାନ୍ୟାଶ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାଶ କରିଛନ୍ତି । ସେହିପରି ୩ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚୋରମୁହାଁ ପଂଚାୟତ ବଡମଙ୍ଗଳପୁର ଠରୁ ଭବାନୀପୁର ପର୍ଯ୍ୟନ୍ତ ନୂତନ କେନାଲ ବନ୍ଧ ରାସ୍ତା ନିର୍ମାଣ ପାଇଁ ବିଧାୟକ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଛନ୍ତି । ଊଭୟ ସ୍ଥନରେ ରାସ୍ତା ନବୀକରଣ ହେବା ଫଳରେ ହଜାର ହଜାର ଲୋକେ ଯାତାୟତ କରିବାର ସୁବିଧା ପାଇପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତୀ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହିଥିଲେ । ବିଧାୟକଙ୍କ ସହିତ ଏହି ଶିଳାନ୍ୟାଶ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଜଳଧର ମହାନ୍ତି, ବିଜେପି ଜୋନ ସଭାପତି ଶିବୁଲି ଧିର, ଦେବଦତ ପଣ୍ଡା, ଜିତେନ୍ଦ୍ର ରାଉତ, ପ୍ରଭାରୀ ରାଜେଶ ପାଳ, ଅଭିଶେକ ରାଉତ, ମହିଶରା ସରପଂଚ ସଫଳା ବେହେରା, ଚୋରମୁହାଁ ସମିତିସଭ୍ୟ ପ୍ରିୟବ୍ରତ ପ୍ରଧାନ, ବିଶ୍ୱଜିତ ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଉଭୟ ସ୍ଥାନରେ ହଜାର ହଜାର ସଂଖ୍ୟାରେ ବିଜେପି ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ରହି ବିଧାୟକ ଶ୍ରୀ ସାହୁଙ୍କୁ ଏକ ଖୋଲା ଜିପରେ ବସାଇ ବାଜା, ବାଣ ସହ ଶୋଭାଯାତ୍ରାରେ ଶିଳାନ୍ୟାଶ ସ୍ଥଳକୁ ପାଛୋଟି ନେଇଥିଲେ ।
ଯାଜପୁର ଜିଲ୍ଲା ଧର୍ମଶାଳା ରୁ କୁଲୁ ବରାଳ ଙ୍କ ରିପୋର୍ଟ ଓମ୍ ମିଡ଼ିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0