ବିନା ମେଟ୍ରାନ ରେ ଆବାସିକ ସେବାଶ୍ରମ ଛାତ୍ରୀ ନିବାସ,,

ବିନା ମେଟ୍ରାନ ରେ ଆବାସିକ ସେବାଶ୍ରମ ଛାତ୍ରୀ ନିବାସ କାମାକ୍ଷାନଗର, କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାନପୁରା ପଞ୍ଚାୟତର ଯନ୍ତାରିବୋଲ ସ୍ଥିତ ଆଦିବାସୀ ଆବାସିକ ସେବାଶ୍ରମ ଛାତ୍ରୀ ନିବାସରେ ଦୀର୍ଘ ଦିନ ଧରି ବିନା ମେଟ୍ରନ ରେ ଚାଲିଥିବାର ଅଭିଯୋଗ ହୋଇଛି l ଯନ୍ତାରିବୋଲ ସେବାଶ୍ରମ ବିଦ୍ୟାଳୟର ଆବାସିକ ଛାତ୍ରୀ ନିବାସରେ ଶିଶୁ ବାଟିକା ରୁ ସପ୍ତମ ପର୍ଯ୍ୟନ୍ତ ଛାତ୍ରୀ ରହୁଛନ୍ତି l ଛାତ୍ରୀମାନେ ଆବାସିକ ଛାତ୍ରୀ ନିବାସରେ ରହୁଥିବା ବେଳେ ଗତ ଜୁନ ମାସରୁ ଏହି ଆବାସିକ ଛାତ୍ରୀ ନିବାସ ରେ ମେଟ୍ରନ ରହୁ ନଥିବାର ଜଣାଯାଇଛି l ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷୟତ୍ରୀ ରହିଥିବା ବେଳେ ଆବାସିକ ଛାତ୍ରୀ ନିବାସ ରୁ ଦୁରେଇ ରଖିବା କେତେଦୂର ଯଥାର୍ଥ ତାହା ସାଧାରଣରେ ଆଲୋଚ୍ୟ ର ବିଷୟ ହୋଇଛି l ଆବାସିକ ଛାତ୍ରୀ ନିବାସରେ ଅପରାହ୍ନ ୪ ଟାରୁ ପୂର୍ବାହ୍ନ ଦଶ ଟା ମଧ୍ୟରେ ଛାତ୍ରୀ ମାନଙ୍କର କେତେବେଳେ କଣ ହେବ ସେଥିପାଇଁ ଦାୟିତ୍ୱ କାହାର ବୋଲି ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଗତ ଜୁନ ମାସରୁ ଏଠାରେ ଥିବା ମେଟ୍ରନଙ୍କୁ ବିଭିର୍ନ୍ନ୍ନ ଆଳ ଦେଖାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପରଠାରୁ ଏଠାରେ କାହାକୁ ଆବସ୍ଥାପିତ କରାଯାଇନାହିଁ l ବିଭାଗୀୟ ଜିଲା କର୍ତ୍ତ୍ତୃପକ୍ଷ ଏଥିପ୍ରତି କୌଣସି ପଦକ୍ଷେପ ନେଉ ନଥିବାରୁ ସାଧରଣରେ ବିସ୍ମୟ ପ୍ରକାଶ ପାଇଛି l ଜିଲାପାଳ ଏଥିପ୍ରତି ଗୁରୁତ୍ୱ ଦେଇ ଜଣେ ମେଟ୍ରନଙ୍କୁ ତୁରନ୍ତ ଏଠାରେ ନିଯୁକ୍ତ କରାଯିବା ସକାଶେ ଅଭିଭାବକ ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି, ଦିଲ୍ଲୀପ କୁମାର ନାୟକ :ଓମ ମିଡ଼ିଆ,

Sep 28, 2026 - 12:18
 0  8
ବିନା ମେଟ୍ରାନ ରେ ଆବାସିକ ସେବାଶ୍ରମ ଛାତ୍ରୀ ନିବାସ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0